ଶୀର୍ଷକ : ନୀରବ ଝଡ଼
ବିଷୟ : ନୀରବ ଯନ୍ତ୍ରଣା କହି ଯେ ହୁଏନା
ଜଳାଏ ସାରା ଅନ୍ତର
ନୀରବ ମଣିଷ ଦୁଃଖ କଷ୍ଟ ସହି
ପାଲଟି ଯାଏ ପଥର ।

ନୀରବ ରହିଛି ବୋଲି ଯେ ତାହାକୁ
ଭାବନି ନିର୍ଜୀବ ଟିଏ
କେମିତି ଜୁଝୁଛି ନିଜ ସହ ନିଜେ
ବୁଝିକି ପାରିବ କିଏ ?

ନୀରବର ଝଡ ଭାଙ୍ଗେ ହୃଦ ବାଡ଼
ତରଳେ କଠିନ ଶିଳା
ଦୁନିଆର କେତେ ସହି ଦୁଃଖ କଷ୍ଟ
ସ୍ନାୟୁରେ ଉଠଇ ବିଳା ।

ରହିଛି ନୀରବ ବୋଲି ନ ଭାବିବ
ପଥରରେ ଗଢ଼ା ଦେହ
ନୀରବ ଯନ୍ତ୍ରଣା ଦୁଃଖର ଖଜଣା
ମାପିହୁଏ ନାହିଁ କୋହ ।

ବରଣ କରିଛି ନିଜକୁ ହରେଇ
ପିନ୍ଧିଛି ମୁକର ବସ୍ତ୍ର
ଅସୁବିଧାର ଯେ ସମାଧାନ ବୋଲି
ନୀରବ ବାଛିଚି ଅସ୍ତ୍ର ।

ଝରଣା ପରିକା ବହୁ ଥିବ କୋହ
ଚିରିଦେଖ ତାର ଦେହ
ଶକ୍ତ ଶରୀରରେ ନୀରବର ଝଡ଼
ଝରାଉ ଥିବ ଯେ ଲୁହ ।

ଡମ୍ବରୁର ତାଣ୍ଡବ ଶବ୍ଦ ତା ଦେହେ
ଅହରହ ବାଜୁଥିବ
ଦୁଃଖ, ଯାତ୍ରଣାରେ ରକ୍ତ କଣିକା ଯେ
ଜଳ ରୂପ ନେଉଥିବ ।।
ବିଭାଗ : କବିତା
ଲେଖକଙ୍କ ନାମ : କାହ୍ନୁ ଚରଣ ସାହୁ
ଠିକଣା : ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି ଓଡିଶା India
ଫୋନ : 824-952-0880
ଇମେଲ : kahnu447@gmail.com