
ଶୀର୍ଷକ : | ଗୋଲାପୀ ବିରହ |
ବିଷୟ : | ଗୋଲାପ ଦିବସେ ଅଛନ୍ତି ସଭିଏଁ ଧରି ହାତେ ଫୁଲ ପ୍ରିୟା କାହିଁ ଚାଲିଗଲୁ ମୋ ଠାରୁ ଦୁରେଇ ଦେବି କାହାକୁ ମୋ ହିଆ | କରିଥିଲି ବଣ ଗୋଲାପୀ ଫୁଲର ତୋର ହାତେ ଦେବା ପାଇଁ ତୋହରି ବିଚ୍ଛେଦେ ବଣଟି ଶୁଖିଲା ଗଲା ଫୁଲ ମଥା ନଇଁ | ଏତେଦିନ ଥିଲୁ ହାତ ଧରି ମୋର ଆଜି ଚାଲିଗଲୁ ଦୂରେ କେଉଁ ରାଇଜରେ ରାଜାକୁ ସାଜିଛୁ ଦୂରେଇଲୁ କୁନୁ ଧୀରେ | ମାରିଦେଲୁ ତୁହି ମନକୁ ମୋହର ଦେଖିଥିଲି ସ୍ବପ୍ନ କେତେ ମୋ ହୃଦ ଗରଭେ ରାଣୀଟେ ସାଜିଲି ମିଶିବାକୁ ତୋ\'ରି ସାଥେ | ତୁ ସିନା ପାଳୁଛୁ ଅନ୍ୟ କାହା ସାଥେ ପ୍ରେମର ଗୋଲାପୀ ଦିନ କିପରି ପାଳିବି ଗୋଲାପୀ ଦିବସ ତୋ\'ଲାଗି ଆଜି ମୁଁ ଦୀନ || |
ବିଭାଗ : | କବିତା |
ଲେଖକଙ୍କ ନାମ : | ଚିନାପାନା ଲୋକନାଥ ରେଡ଼ି |
ଠିକଣା : | ଫିରୋଜ ପେଣ୍ଠ ବ୍ରହ୍ମପୁର, ଗଞ୍ଜାମ ଓଡିଶା India |
ଫୋନ : | 760-685-8260 |
ଇମେଲ : | Ch.lokanathreddy23@gmail.com |
0 Comments
You can write now your valuable comments here. Off-topic comments may be removed or deleted without prior notice.