
ଶୀର୍ଷକ : | ମହା ଶିବରାତ୍ରୀ |
ବିଷୟ : | ନମୋ ଶିବ ଶଙ୍କର ହେ ମହେଶ୍ୱର ଆସିଛି ତୁମ ଜାଗର ଦିନ ଭକ୍ତି ଭାବେ ଭରି ଉଜାଗର ରହି କରୁଛି ଆଜି ନାମ କିର୍ତ୍ତନ । ପୁଷ୍ପ ଅର୍ଘ୍ୟ ଦେଇ ପୂଜିବି ତୁମ୍ଭଙ୍କୁ ତୁମେ ଅଟ ଯେ ଆଶୁତୋଷ ପୂଜିଲେ ତୁମ୍ଭଙ୍କୁ ଭକ୍ତି ସହକାରେ ମନୋବାଞ୍ଛା ହେବ ସିଦ୍ଧ । ବେଲପତ୍ରେ ତୁମ୍ଭର ଆଗ୍ରହ ଥାଏ ଦୁଦୁରା , ଅରଖ ଧାରଣ ଜାଗର ଦିନ କେତକୀ ଫୁଲକୁ କରିଥାଅ ତୁମେ ମଣ୍ଡନ । ଶୁଦ୍ଧ ପୂତ ହୋଇ ଘୃତ ଦୀପଜାଳି କରେ ତବ ଉପାସନା ଭକ୍ତିଭାବ ଦେଖି କୃପା କର ତାକୁ ପୂରଣ କର କାମନା । ସେବତୀ, କିଆ ଅରଖ ଫୁଲଦେଇ କରେ ଆଜି ନିବେଦନ ଭୋଳା ଶଙ୍କର ତୁମେ ଭକ୍ତଙ୍କଠାରେ ଭକ୍ତିଭରେ ହୁଅ ଲୀନ । ଦେବଙ୍କର ଦେବ ମହାଦେବ ତୁମେ ବିଷକୁ କରି ତୁମେ ଆକଣ୍ଠ ଜଗତର ଜନ ନାମ ଦେଇଛନ୍ତି ତୁମେ ଅଟ ନୀଳକଣ୍ଠ । ଉଜାଗର ରହି ଜାଗର ଜାଳୁଛି ମନ ଭିତରେ ଭକ୍ତି ଭରେ ଘେନ ମୋର ଡାକ ହେ ଭୋଳାନାଥ ଏତିକି ବିନତି କରେ । ଜୟଶ୍ରୀ |
ବିଭାଗ : | କବିତା |
ଲେଖକଙ୍କ ନାମ : | ଜୟଶ୍ରୀ ମେହେର |
ଠିକଣା : | ବନୁପାଲି ପଦ୍ମପୁର ଓଡିଶା India |
ଫୋନ : | 334-789-4952 |
ଇମେଲ : | jayashreemeher29@gmail.com |
0 Comments
You can write now your valuable comments here. Off-topic comments may be removed or deleted without prior notice.