
ଏଇ ଗୋଟିଏ ରଙ୍ଗର ସ୍ରୋତ
ତୁମ ଜୀବନ ,ମୋ ଜୀବନ
ସମସ୍ତଙ୍କ ଜୀବନର ପ୍ରମାଣ
ପ୍ରମାଣ ପୁଣି
ନିରବଚ୍ଛିନ୍ନ ସମ୍ପର୍କର
ବାପା ,ମାଆ ,ଭାଇ ,ଭଉଣୀ ବନ୍ଧନର
ଲାଲ ଟହ ଟହ ଚିହ୍ନ....ll
ହେଲେ ତୁମେ ତ କୁହ
ରକ୍ତର ଗାର କୁଆଡେ ଅଲଗା
ଭେଦ ଭାବର ଲକ୍ଷ୍ମଣ ଗାର
ଗାର ପୁଣି ଜାତି ଅଜାତିର ଛାପ
ଉଚ୍ଚ ,ନୀଚ୍ଚ ,ବଡ଼ ,ସାନର
ପାର୍ଥକ୍ୟତା ଭିତରେ ପ୍ରତାରଣା ...ll
କିଏ ଜାଣେ
ତୁମେ କୁହ ,କିଏ ଜାଣେ
ଆଜି ପରେ କାଲିର ଭବିଷ୍ୟତକୁ
ଏଇ ଏବେ ଏବେର ଘଟଣାକୁ
ଗୋଟିଏ ଭାବନାର ପ୍ରକାଶ ପରେ
ପରବର୍ତ୍ତୀ ପରିସ୍ଥିତିକୁ ll
ତଥାପି କାହିଁକି
ଏଇ ଗୋଟିଏ ରଙ୍ଗ ଉପରେ
ବିଭେଦତାର ପ୍ରାଚୀର ଛିଡ଼ାହୁଏ
ଅହଂକାରର ପ୍ରସ୍ତର ଖଣ୍ଡ ନେଇ ...ll
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର
ଫୋନ -7381520199
