ତୁମେ ମୋ ଜୀବନ ସାଥି
ମନ ତୁମର ଲାଲ ଗୋଲାପ ପରି
ଚରିତ୍ର ତୁମର ମହକେ ସଜ ଗୋଲାପର ବାସ୍ନା ପରି
ଜୀବନ ବଗିଚାରେ ତୁମେ ମୋ କଢି
ପ୍ରସ୍ଫୁଟିତ ହୋଇ ଆସୁଛ ଏମିତି
ଯେମିତି ନୀଳ ଓଢ଼ଣା ଭିତରୁ ଲାଲ ପରି।।
ଫୁଟିଛ ତୁମେ ମୋ ମନ ବଗିଚାରେ
ସାଇତି ରଖିଛି ଅତି ଯତନରେ
ରଙ୍ଗ ଉଡି ଯାଇପାରେ ସମୟ ସ୍ରୋତରେ
ବାସ୍ନା ପଛେ ହଜିଯାଉ ବାୟୁମଣ୍ଡଳରେ ।।
ରଖିଛି ରଖିବି ସାଇତି ତୁମକୁ
ମସାଣିର ଯୁଇ ପର୍ଯ୍ୟନ୍ତ
ତଥାପି ହେବନି ମୋ ପ୍ରେମ ଅନ୍ତ
ଶାଶ୍ଵତ ହୋଇ ରହିବ ଯୁଗଯୁଗାନ୍ତ ।।

ଭୁବନେଶ୍ବର