କବିତା - ଭାବନାରୁ ପଦେ - ପ୍ରଣତି ମହାପାତ୍ର

0

କହିବି କଥାଏ ଶୁଣିଥିଲି କାନେ
ଦେଖିଲି ଦୁଇ ନୟନେ,
ଭରପୁର ଲୋକ ପୂଜନ୍ତି ପୁଷ୍ପରେ
ଆନନ୍ଦ ଉତ୍ସାହ ମନେ।
ପାଖେ ଯାଇ ଦେଖେ ଭାଷାର ସମ୍ରାଟ
ବସିଛନ୍ତି ଚୁପଚାପ,
ଗଳେ ଲମ୍ବା ଗେଣ୍ଡୁହାର ପିନ୍ଧି ଦେଇ
ଶୁଣୁଥାନ୍ତି ବସି ଗପ।
ପୁଷ୍ପାଞ୍ଜଳି ଦେବା ପାଇଁ ଠିଆ ହେଲି
ତାଙ୍କ ପ୍ରତିମୂର୍ତ୍ତି ପାଶେ,
(ମୁହଁକୁ ଫୁଲେଇ କହିଲେ ସେ ମୋତେ)
ବ୍ୟାସକବି କୁହ ମୋ କବିତା ପଦେ
ଗାଉ ନା କେ ଦରହାସେ।
ସବୁଠି ପ୍ରଚାର ପ୍ରସାର କରୁଛ
ବ୍ୟାସକବି ଫକୀରମୋହନ,
ଯୁବକଠୁ ବୃଦ୍ଧବୃଦ୍ଧା କାହାଠାରୁ
ପଦେ କବିତା ଶୁଣିଲାନି କାନ।
କବି ହେଲି ହେଲେ ଗପ କହିଲ
ଐତିହ୍ୟ ସଂସ୍କୃତି କଳା ନୈପୁଣ୍ୟତା
ସବୁ କର ପ୍ରହସନ,
ହେବା ପାଇଁ ବଡ଼ ପୂର୍ବ ସୂରୀଙ୍କର
କର ଯେ ଅନୁସରଣ ।

ଠିକଣା : ଫକୀରମୋହନ ନଗର, ବାଲେଶ୍ବର

Post a Comment

0Comments
Post a Comment (0)