| ଶୀର୍ଷକ : | ବଧୂବେଶୀ ବନ୍ଧୁ ପାଇଁ |
| ବିଷୟ : | ଏ ନଶ୍ୱର ଦେହ ଈଶ୍ୱର ଭାବି ତୁ ସିନା ଯାଉ ପୂଜି ହେଲେ କିବା ତୋତେ ପ୍ରତିଦାନ ମୋର ଆଜିବି ପାରେନା ବୁଝି, ଦେଲେ ଦେଇଥିବି ଟୋପାଏ ସିନ୍ଦୁର ଅଗ୍ନିକୁ ରଖି ସାକ୍ଷୀ ଧାରେ ଅଳତା ଓ ଗାରେ କଜଳରେ ଅଳି ଅଝଟକୁ ଟେକି, ବଧୂ ବେଶୀ ବନ୍ଧୁ ଭାବି ଯା ଦେଇଛି ହାତେ ଦୁଇପଟ ଚୁଡ଼ି କାଚକୁ ଦେଇ ତୁ କାଞ୍ଚନ ମୂଲ କେବେ ବି ବସିନୁ ଅଡି, ସନ୍ତାନ ଅଳି ଅଭାବୀ ସଂସାର ଆତ୍ମୀୟ ସ୍ଵଜନ ଚିନ୍ତା ପଣତ ପସାରି ଆଦରି ନେଇଛୁ ସେଇ ତୋର ମହାନତା ।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ |
| ବିଭାଗ : | କବିତା |
| ଲେଖକଙ୍କ ନାମ : | ବେଳାଭୂମି-ତପନ ଦୀକ୍ଷିତ |
| ଠିକଣା : | ନସିକେଶ୍ୱର କାକଟପୁର, ପୁରୀ ଓଡ଼ିଶା India |
| ଫୋନ : | 953-740-0744 |
| ଇମେଲ : | konark.dixit@gmail.com |
କବିତା - ବଧୂବେଶୀ ବନ୍ଧୁ ପାଇଁ - ବେଳାଭୂମି-ତପନ ଦୀକ୍ଷିତ
April 08, 2021
0
