ଶୀର୍ଷକ : | ଫଗୁଣ ଜଳୁଛି |
ବିଷୟ : | ମେଘ ପଣତରେ ଆକାଶଟା ଆଜି ଯାଇଛି ଘୋଡେ଼ଇ ହୋଇ, ସୂରୁଯ ଲୁଚିଛି ବଉଦ ଗାଆଁରେ ସକାଳକୁ ଠକି ଦେଇ । କାହା ଅପେକ୍ଷାରେ ଗଙ୍ଗଶିଉଳିଟି ପଡିଛି କାମୁଡି ମାଟି, କ୍ଳାନ୍ତ ଶରୀର ଦେଇଛି ଲୋଟେଇ ପାରୁନି ଜମାରୁ ଉଠି, ଫଗୁଣ ଜଳୁଛି ଫୁଲବି ଜଳୁଛି ଜଳୁଛି ଜହ୍ନର ଜୁଇ… । କାଲି ତୋଳୁଥିଲା ଯେ ଲକ୍ଷେ ଝଙ୍କାର ଆଜି ସିଏ ଗଲା ଭାଙ୍ଗି, କିଏ ଅପରୂପା ସ୍ନିଗ୍ଧ ଚିନିଚମ୍ପା ଏତେ ସରି ଯାହା ଲାଗି, ନିଦ ନଈକୂଳେ ସପନ ବସିଛି ରାତିର ତ ଦେଖିନାହିଁ… । |
ବିଭାଗ : | କବିତା |
ଲେଖକଙ୍କ ନାମ : | ପ୍ରକାଶ କୁମାର ଚାନ୍ଦ |
ଠିକଣା : | ଜୟପୁର ଶାସନ, ପିପିଲି, ପୁରୀ ଓଡିଶା India |
ଫୋନ : | |
ଇମେଲ : |

0 Comments
You can write now your valuable comments here. Off-topic comments may be removed or deleted without prior notice.