ସ୍ବଳପକ୍ଷଣ ର ସଫଳ ନାୟିକା
ଧ୍ୟାନମଗ୍ନା ତୁମେ ଉଷା
ପ୍ରକୁତି ପଲ୍ଲବେ ପ୍ରତିଟି ପ୍ରାଣ ରେ
ତୁମେ ଅମୁତ ର ଆଶା

ତୁମ ମୁଦ୍ୟୁସ୍ପର୍ଶ ଜୀବନ ସୋପାନେ
ସଦା ସୁରଭି ରେ ଭରା
ମନ ମଳୟର ବର୍ଣ୍ଣିଳ ଆଭା ରେ
ତୁମେ ହିଁ ତ ଅପାଶୋରା

ମୋ ହୁଦୟ ର ବିଶ୍ବାସ ବିପିନେ
ସ୍ବପ୍ନ ର ବିପଣି ଲେଖେ
ପ୍ରତି ସ୍ପନ୍ଦନର ଅନୁଭବ ସ୍ପର୍ଶେ
ଅନ୍ତରେ ତୁମକୁ ଦେଖେ
ତୁମରି ଲାଲିମା ସିମନ୍ତିନୀ ଟିକା
ଅଳସ ପ୍ରଭାତ ଆଙ୍କେ
ଦେଖିଛି ତୁମର ଅଧର ହସ କୁ 
ପ୍ରାଚୀ ଗଗନର ଫାଙ୍କେ

ସସ୍ମିତା ପଣ୍ଡା, କଟିକଟା, କଟକ
ମୋ-୯୪୩୮୮୫୬୭୮୪