
କୁନାକୁ କହିଲା କୁନି ନାନୀ
ଆମବେଳେ ସବୁ ଋତୁମାନେ ମିଶି
ଚଳୁଥିଲେ କଥା ମାନି।।
ଏବେ ଆଉ ନାହିଁ ତାହା
କେତେବେଳେ କେଉଁ ଋତୁ ଆସୁଥାଇ
ବହେନି ସୁନ୍ଦର ବାଆ।।
ହତାସିଆ ଲାଗେ ସବୁ
ମାଟି ଫାଟିଯାଏ ଗଛ ଝାଉଁଳଇ
ମଣିଷ କରିଛି କାବୁ।।
ସମୁଦ୍ର ଗରଜେ ରାଗେ
କେବେ ଭୂମିକମ୍ପ କେବେ ମହାବାତ୍ୟା
ପୁଣି ଆସଇ ଅଶୁଭ ଯୋଗ
ଏ ମଣିଷ ନାହିଁ ଜାଗେ।।
ଗଛ ଆମେ ଲଗାଇବା
ପର ହାତେ ଭୂଇଁ ଟେକିବାନି କେବେ
ସବୁଜତା ବନାଇବା।।
ସବୁ ଋତୁ ନିୟମିତ
ଆସି ଯାଉ ଥିବେ ହସାଇ ହସାଇ
ଗାଉ ଥିବା ସବୁ ଗୀତ।।
