କାହାପାଇଁ ଲେଖିବି ମୁଁ ପ୍ରେମର କବିତା
ନା ଅଛି ପ୍ରେମର ରଙ୍ଗ ମଞ୍ଚ
ନା ଅଛି ମୋର ପ୍ରେମିକା ।
ସ୍ଵପ୍ନେ ହେଉ ଅବା ବାସ୍ତବରେ ହେଉ
ମୋ ଜୀବନ ଚାଲଇ ଏକା ॥

ପ୍ରେମର ଫଗୁଣ ଦୁରେଇ ଦେଇଛି
ନିରଳା ହୃଦୟ ରଚି ।
ବନ୍ଧୁତ୍ଵ ରେ ମୋର ଆଙ୍କି ଦେଇଅଛି
ଘୃଣ୍ୟ ଭରା ପ୍ରଶ୍ନ ବାଚୀ ।
ଦୁର୍ଭାଗ୍ୟ ଜୀବନେ କେହି ଆସିନାହିଁ
ବାନ୍ଧିବାକୁ ପ୍ରେମ ସୂତା
କାହାପାଇଁ ଲେଖିବି ମୁଁ ପ୍ରେମର କବିତା ।

ଗୋଲାପ କହୁଛି ମତେ ତୁ ଛୁଅଁନା,
ଡାଏରୀ କହୁଛି ମତେ ।
ଆକାଶର ଚାନ୍ଦ ଲାଜେଇ ପଡୁଛି
କାହାକୁ କହିବି ଏତେ ॥
କେହି ନ ଚାହାନ୍ତି ବୁଝିବାକୁ ମୋର
ଆକାଂକ୍ଷିତ ମନ କଥା ।
କାହାପାଇଁ ଲେଖିବି ମୁଁ ପ୍ରେମର କବିତା ।

ଥୁଣ୍ଟା ମରୁଭୂମି ହୃଦୟ ସାଜିଛି
ଗଢି ପ୍ରେମ ମରୀଚିକା ।
ତୃଷ୍ଣା ବାଟୋଇ ଟେ ସଜାଇଛି ମତେ
ଏଇ ଜୀବନ କୁ କରି ଫିକା ॥
ଭାଙ୍ଗିଯାଇ ଅଛି ମନଟା ମୋହର
ହରାଇ ପ୍ରେମର ବାର୍ତ୍ତା ।
କାହାପାଇଁ ଲେଖିବି ମୁଁ ପ୍ରେମର କବିତା ।



ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଗ୍ରାମ - ଟାଙ୍ଗି, ଜିଲ୍ଲା- ଖୋର୍ଦ୍ଧା,  ଦୂରଭାଷ : 9778808330