
ତୁମ୍ଭ ଲୀଳା ଏକା ତୁମ୍ଭଙ୍କୁ ଗୋଚର
କେମିତି ବୁଝିବେ ଜଗତେ ଜନ,
ପୁସ୍ତକ ଜ୍ଞାନରେ ଜାଣିବା ପ୍ରୟାସ
ନିତାନ୍ତ ନିଷ୍ଫଳ ନିଷ୍ପ୍ରୟୋଜନ ।।
ତୁମ ସହ ଛନ୍ଦା ହୋଇ ଅଛି ବନ୍ଧା
ଅତୁଟ ବନ୍ଧନେ ଜୀବନ ଡୋର,
ଯେମିତି ନଚାଇ ନଚାଇ ଟାଣିବ
ଟାଣି ହୋଇ ଯିବି ପାଶେ ତୁମ୍ଭର ।।
# ଜୟ ଜଗନ୍ନାଥ #
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର