ନିର୍ଯାତିତା ଏହି ଅସହ୍ୟ ପ୍ରାଣକୁ
        ଦେଖାଅ ଆଶା ଆଲୋକ
ସେ' ଆଶା ଅସୁୟାରେ ଉଦ୍ଦୀପନା ଭର
        ଦିବ୍ୟତ୍ମା ଏକ ସ୍ମାରକ ।

ସକଳ ହ୍ରଦୟରେ ଉଦ୍ରେକ କର ହେ
       ସତ୍ୟ,ଧର୍ମ,ନ୍ୟାୟ,ନିଷ୍ଠା
ମାର୍ମିକ ତତ୍ତ୍ୱର ଉପଲବ୍ଧିରେ ହେଉ
      ନିର୍ଯ୍ୟସ ପୁଣ୍ୟ ପ୍ରତିଷ୍ଠା ।

ନିମଗ୍ନ ହେଉ ଏ'ବିଶ୍ୱର ନିଶ୍ୱାସ
       ଆଧ୍ୟାତ୍ମ ଚେତନେ ମଜ୍ଜି
ଅବତରିତ ଏହି ଅତି ମାନସରେ 
      ନିଜକୁ ହେଉ ସେ' ଖୋଜି ।

ନବ ଉତ୍ତୋରଣ ଜୀବନ ବୃତାନ୍ତ
       ବିଚିତ୍ର ଗୋଲକ ଧନ୍ଦା
ବିବସ୍ତ୍ରା ଐଶ୍ୱର୍ଯ୍ୟରୁ ମୁକାଳୀ ନିଜକୁ
        ସମର୍ପିତ ପଦାରବିନ୍ଦା ।

ଛବିରାଣୀ ପତି
ମଧ୍ୟ ଶାସନ, ବିରିଡି, ଜଗତସିଂହପୁର ।।
ଫୋନ-୯୩୩୭୯୬୦୦୬୦