ଶଙ୍ଖ ହୁଳହୁଳି ଶବଦ ତlଳରେ
     ସ୍ଵାଗତ ସଙ୍ଗୀତ ଗାଇ
ପ୍ରତୀକ୍ଷାର ଅନ୍ତ କେବେ ହେବ ବୋଲି
      ବାଟ ରହିଅଛି ଚାହିଁ l୧l

ସେ ମlହେନ୍ଦ୍ର ବେଳା ହେଲେ ଉପନୀତ
    ସୁମଧୁର ଗୁଞ୍ଜରଣେ
ବଧାଇ ଜଣlଇ ସ୍ଵାଗତ କରିବି
    ମିଠା ମିଠା ସମ୍ଭାଷଣେ l୨l

ଶୀତ ସବାରୀ ମୋ ସଜ୍ଜିତ କରିଛି
    ରଙ୍ଗ ବେରଙ୍ଗ ଫୁଲରେ
କାକର ଗାଲିଚା ବିଛାଇ ରଖିଛି
    ସଜ ଫୁଟା ଗୋଲାପରେ l୩l

ଶବ୍ଦ ତରଙ୍ଗର ପ୍ରତିଧ୍ୱନି କହେ
    ଅlମନ୍ତ୍ରୀ ଆଣି ତୁମକୁ
ବlସେ ତୁମ ମହକିତ କରିଦେବି 
     ମୋ ମନର ଅଗଣlକୁ l୪l

ସମ୍ଭବ ଓ ସମ୍ଭାବନା ହସ୍ତେ ଧରି 
    ଏରୁଣ୍ଡି ବନ୍ଧକୁ ଡେଇଁ
ପରିବର୍ତ୍ତନର ନୂଆ ପ୍ରତିଦାନେ 
    ଆସିବ ମୋ ପାଶେ ଧାଇଁ l୫l

ମୋ ସାରସ୍ଵତର ଟିକି ଅଗଣାକୁ
   ତୁମ ଲେଖନୀ ତୂଳୀରେ 
ନୂଆ ରୂପ, ରସ ଗନ୍ଧରେ ସଜାଇ 
    ଅlଙ୍କି ଦେବ ମହଲରେ l୬l

ହାତେ ହାତ ରଖି ଲେଖି ଚାଲୁଥିବା
      ସାମାଜ ମଙ୍ଗଳ ହିତେ
କାବ୍ଯ ନିର୍ଝରିଣୀ ଝରାଇ ଚାଲିବା
       ଏ ସୃଷ୍ଟିର ମରୁପ୍ରାନ୍ତେ l୭l

ଚିନ୍ତା ଚେତନାର ଆବାହକ ହୋଇ
       ପ୍ରତିନିଧିତ୍ଵ କରିବl
ପ୍ରଜ୍ଞ, ବିଜ୍ଞ, ସୁସ୍ଥ ସମାଜ ଗଠନେ
      ନିଶ୍ଚେ ସହାୟକ ହେବl l୮l

ଏ ଧରାପୃଷ୍ଠରେ ବିପଥଗାମୀର
      ବିନଷ୍ଟ ପଥ ରୋକିବl
ଇଶ୍ୱର ପ୍ରେରିତ ସାଜି ଦେବ ଦୂତ
        ନୂତନତା ପ୍ରକାଶିବl l୯l

ସୀମାହୀନ ପ୍ରତୀକ୍ଷାର ପରିଧିକୁ
      ଛୁଇଁ ପାରିବି କି ନାହିଁ
ହତାଶ  ପଣରେ ଧୈର୍ଯ୍ୟ ପଣ ମୋର
      ଗଗନେ ଯାଏ ମିଳେଇ l୧୦l

କୁମୁଦିନୀ ବେହେରା, ଶିକ୍ଷୟିତ୍ରୀ,
ଅନୁଗୋଳ, ମୋ - ୮୯୧୭୩୪୩୬୬୮