ଭାବିଥିଲି ଦିନେ ହୋଇବୁ ଭରସା
ଆଶା କରିଥିଲି ମନେ
ଆଶା ମୋର ଆଜି ଆଶାରେ ରହିଲା
ଯାହା ଭାବିଥିଲି ଦିନେ ।
ମୁଁ ଆଜି ଜାଣିଲି ମୋ ଭାଗ୍ଯ ଖରାପ
ପାଇଲି ନାହିଁ ମୁଁ ସ୍ନେହ
ଏତେ ହୀନିମାନେ କାହିଁକି ଗଢିଲୁ
ମନରେ ଦେଇ ତୁ କୋହ ।
ଦୂରବନ୍ଧୁ କେବେ ନୁହଁଇ ସୁନ୍ଦର
ପାଖରେ ନ ଥିଲେ କେହି
ପାଖବନ୍ଧୁ ଯେବେ ହୁଅଇ ନିଷ୍ଠୁର
କାହାକୁ ପାରିବି କହି ।
ସମୟର ଚକ୍ର ଘୁରୁଅଛି ସିନା
ଯାଉନି କାହା କଥାରେ
ବାଟ କାଟିଦେଇ ଚାଲିଗଲା ସିଏ
ରାଗ ନାହିଁ ମୋ ମନରେ ।
ଦିନପରେ ରାତି ରାତିପରେ ଦିନ
ବିଧିର ବିଧାନ ଏହି
ରାଗିଗଲେ ତୋତେ କେତେ ବୁଝାଇବି
ବୁଝି ପାରୁନାହିଁ ମୁହିଁ ।
ଗୀତା ଭାଗବତ ପୋଥି ପୁରାଣରେ
ଯାହା ଲେଖା ଅଛି ଭାଇ
ଏକଥାକୁ କେହି ଅନ୍ଯଥା ନ ମଣ
ଭଗ୍ନୀହୀନା ମୁଁ ଯେ ଭାଇ ।
ଧନ୍ଯ ଏ ପୃଥିବୀ ଗଢିଲ ହେ ପ୍ରଭୁ
ହସ କାନ୍ଦ ଭରି ଦେଇ
ଆଖିଲୁହ ଆଜି ଆଖିରେ ମରୁଛି
ଦୁଃଖ ଯେ ଆସେ ପାଖେଇ ।
ପଞ୍ଜୁରୀର ଦ୍ବାର ଖୋଲିଦେଲେ ପକ୍ଷୀ
ବହୁଦୂର ଯାଏ ଉଡି
ଅପରିଚିତକୁ ନିଜର କରିଲେ
ବସି ଛାଡୁଥିବ ରଡି ।
ଧନ୍ଯବାଦ ଦିଏ ଉତ୍କଳ ମାତାଙ୍କୁ
ଦିଅ ମୋତେ ଆଶୀର୍ବାଦ
ନେଇଯାଅ ମୋତେ ତୁମରି କୋଳକୁ
ନ କରିକି ବରବାଦ ।
ମୋପରି ଅଯୋଗ୍ୟ ସନ୍ତାନ ତୁମର
ଲୋଡା ନାହିଁ ଏ ଭୁବନେ
କୁହ ମାତା ତୁମେ ଦୋଷର କାରଣ
ଭାଳି ହୁଏ ମନେ ମନେ ।
0 Comments
You can write now your valuable comments here. Off-topic comments may be removed or deleted without prior notice.