
ଆଖି ବୁଜି ଦେଲେ
ଯାହା ମୁଁହ ଦିଶେ
ସିଏ ଖାଲି ଏକା ତୁମେ,
ଆଖି ଖୋଲି ଦେଲେ
ସୃଷ୍ଟିକୁ ଦେଖେ
ପଡିଯାଏ ମୁହିଁ ଭ୍ରମେ ।
ଦୁଇ ଆଖି ତୁମ ଲକ୍ଷେ ଚାହାଣୀ
ଗୋଟେ ହୁଁ କୁହେ ହଜାର କାହାଣୀ
ଅଧିକ ତ ଲୋଡା ନାହିଁ
ସେଇ ତ ସଂପତ୍ତି
ସେଇ ମୋର ସ୍ବର୍ଗ
ଜୀବନେ ତରିବା ପାଇଁ ।
ମୁଁ ଯାହା ଭାବେ, ତୁମେ ଯଦି ଭାବ
କଥା ଦରକାର ନାହିଁ,
ତୁମେ ପାଶେ ଥିଲେ
ମୋ ସଂସାର ହସେ
ଅମରାବତୀରେ ପାରିଜାତ ଫୁଟେ
ବ୍ଯଥା ବେଦନା ଜୀବନ ପଥରେ
ସବୁତ ଯାଏ ଦୂରେଇ।
ନିର୍ଲିପ୍ତ ମୋର ଆଖିପତା ତଳେ
ଥାଅ ସଦା ତୁମେ ରହି
ଜଗତ କରତା ପାଖରେ ମୋହର
ଏତିକି ତ ଅଳି ଥାଇ ।।
