ଅତିଥି ଦେବତା ତୁମେ 
      ଘେନ ଆମରି ପ୍ରଣାମ
ଆଜି ଏ ଶୁଭ ଦିନରେ 
      ସଭିଙ୍କୁ ସୁସ୍ଵାଗତଂ।0।

ପ୍ରୀତି ମନ୍ଦାକିନୀ ବହିଯାଉ ଦେହେ
ସେନେହ ମମତା ଧାରେ
ଜଡ କି ବଧୀର ଗାଉ ସାମ୍ୟ ଗୀତି
ଜୀବନର ଅନ୍ତ ସ୍ୱରେ

    ଆଜି ଏ ଦିନରେ କରୁଛୁ ବିନତୀ
ଆଶିଷ ହୃଦୟୁ ଦିଅ
ଏ ଦେଶ କାନନେ ଫୁଟିଉଠୁ ଫୁଲ
 ଛୁଟାଇ ମହକ ସୁଅ।
ଅତିଥି ଦେବତା ତୁମେ ଘେନ.....।୧।

ଗୁରୁ ପିତା ମାତା ସ୍ୱୟଂ ଭଗବାନ
ମୋ ଦେଶ ସଂସ୍କୃତି କହେ
ସଂସ୍କାର ଖମ୍ବରେ ଶୃଙ୍ଖଳାର ନେତ
ଶାନ୍ତିର ସଂଗୀତ ଗାଏ

   ଆଜି ଏ ଦିନରେ କରୁଛୁ ବିନତୀ
 ଆମରି ଆଦର୍ଶ ହୁଅ
ସତ୍ୟ ଶାନ୍ତି ଦୟା କ୍ଷମାର ମୂର୍ତ୍ତିରେ
ପ୍ରୀତିର ସ୍ପନ୍ଦନ ବୁହ
 ଅତିଥି ଦେବତା ତୁମେ....।୨।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର