
ନୂଆ ବର୍ଷ ଆସେ ନୂଆ ରୂପ ନେଇ
ନାମ ତା ଇଂରାଜୀ ମାସ
ଜାନୁଆରୀ ପହିଲା ନୂଆ ବର୍ଷର
ଆଶା ସ୍ୱପ୍ନର ସନ୍ଦେଶ ll
ଡିସେମ୍ବର ମାସ ଶେଷ ନ ହେଉଣୁ
ଲୋକେ ପକାଅନ୍ତି ହୋରି
କେତେ ସାଜସଜ୍ଜା ଆଡମ୍ବର ହୁଏ
ଇଂରାଜୀ ବର୍ଷକୁ ଝୁରି ll
ଘର ଦ୍ୱାର ଆଉ ରାସ୍ତା ଘାଟ ସଫା
ବିଜୁଳି ଆଲୁଅ ମାଳା
ନାଲି ନେଳି ଆଉ ସବୁଜ ରଙ୍ଗରେ
ଲାଗିଯିବ ଭେଳା ଭେଳା ll
ମାଉଁସ ଦୋକାନେ ଗହଳି ଲାଗିବ
ଜୀବ ପଡ଼ିବେ ତ ବଳି
ରକତର ଧାର ସୁଅ ପାଲଟିବ
ଲୋକେ ମରୁଥିବେ ତାଳି ll
ବଡ ବଡ ଯେତେ ହୋଟେଲ ଅଛି
ଚଳିବ ନାଇଟି ପାର୍ଟି
ଗୀତ ନାଚ ସଙ୍ଗେ ସୁ ସ୍ବାଦୁ ଭୋଜନ
କାନ ପଡୁଥିବ ଫାଟି ll
ମଦ ମାଂସର ମତୁଆଲା ହୋଇ
ଚାଲୁଥିବେ ଢଳି ଢଳି
ଅଧର୍ମ କାମ କରି ବାସୁ ଥିବେ
ଜ୍ଞାନ ପଡିବ ତାଙ୍କର ବଳି ll
ଇଂରେଜ ବର୍ଷ ପାଇଁ ଏତେ ତତ୍ପର
ମହୁଲି ନିଶା ଲାଗିଛି
ଓଡ଼ିଆ ବର୍ଷକୁ ଓଡ଼ିଆ ଭୁଲି ଗଲେ
ପଣା ସଂକ୍ରାନ୍ତି କେବେ ଆସୁଛି ll
କାହିଁ, ଓଡ଼ିଆ ବର୍ଷାରେ ପାଳନ ନ ହୁଏ
ଏଭଳି ଯାକ ଯମକ
ଯୁବ ପିଢ଼ି ଆଜି ବାଟ ବଣl ହୁଏ
ପାଶ୍ଚାତ ଦେଖି ମହକ ll
ଛୋଟ ବଡ ଯଦି ଏକାଠି ନାଚିବେ
ଶିଖାଇବ କାହାକୁ କିଏ
ଆମର ସଂସ୍କୃତି ଅପଭ୍ରଂଶ ହୁଏ
ଏକୁ ସଜାଡ଼ିବ ଅବା କିଏ ?
