ଭାରତ ମାଆର ସନ୍ତାନ ଆମେରେ
ଭାରତ ଆମର ମାଆ
ରଖିବା ତାହାର ନାମର ମହତ
ହେବାନି କେବେ ଛାନିଆ ।୧।
ତା' କୋଳେ ଆମକୁ ଜନମ ମିଳିଛି
ପାଇଛୁ କେତେ ଯତନ
ଭୁଲିବାନି ଆମେ ଭାରତ ମାତାକୁ
ସର୍ବଦା ଦେବା ସମ୍ମାନ ।୨।
କେତେ ନଦନଦୀ ଦେଇଛି ଆମକୁ
କରିବା ପାଇଁକି ଚାଷ
ଆନନ୍ଦରେ ଆମେ କରୁଅଛୁ କୃଷି
ଖାଉଅଛୁ ବାରମାସ ।୩।
ପାହାଡ ପର୍ବତ ସଜାଇ ରଖିଛି
ଗଛକୁ କରିଛି ଠିଆ
ଗୃହ ନିର୍ମାଣରେ ସହାୟ ହେଉଛି
ଦେଖୁଛି ସାରା ଦୁନିଆ ।୪।
ଶିକ୍ଷା ଦୀକ୍ଷା ଦେଇ କରିଛି ମଣିଷ
ଜୀବନେ ବଞ୍ଚିବା ପାଇଁ
ସୈନିକ ପୋଷାକ ଦେଇଛି ପିନ୍ଧାଇ
ବୀରଦର୍ପେ ଯିବ ଧାଇଁ ।୫।
ସେହି ମାଆ ଆଜି ବିକଳେ ଡାକୁଛି
ବଞ୍ଚାଇବାକୁ ଜୀବନ
କାହିଁ ଗଲୁ ଆରେ ବୀରପୁତ୍ର ମୋର
ଶତ୍ରୁକୁ ଖେଦ ବହନ ।୬।
ବୀର ପୁତ୍ର ସେହି କହୁଛି ମାଆକୁ
ପିନ୍ଧିଛି ବୀର ପୋଷାକ
ଶତ୍ରୁ ଆଗେ କେବେ ମୁଣ୍ଡ ନଇଁବିନି
ପାଇଛି ତୁମ ଆଲୋକ ।୭।
ବୀର ଦର୍ପରେ ମୁଁ ଜଗି ତ ବସିଛି
ତୋହରି ଶତ୍ରୁକୁ ଚାହିଁ
ଜୀବନର ଦୀପ ଲିଭି ଗଲେ ଯାଉ
କଦାପି ଛାଡିବି ନାହିଁ ।୮।
କରିଛି ପ୍ରତିଜ୍ଞା ଧରିଛି ବନ୍ଧୁକ
ରଖିବି ତୋହରି ମାନ
ପଛଘୁଞ୍ଚା ନାହିଁ ବୀରର ଯାତକେ
ଅଟଇ ମୁଁ ସଚ୍ଚା ସୈନ୍ୟ ।୯।
ବୀରବେଷ ସାଜି ତୋ ଆଗରେ ଉଭା
ରଖିବା ପାଇଁ ସମ୍ମାନ
ରଖିଯିବି ମାନ ଗାଉଥିବେ ସର୍ବେ
ଭାରତ ମାତା ମହାନ ।।୧୦।।
0 Comments
You can write now your valuable comments here. Off-topic comments may be removed or deleted without prior notice.