
(ରାଗ-କେଦାର, ଚକ୍ରକେଳି ବାଣୀ)
ଅବନୀ ହାତରେ ଧରାଇ ଡୋରି
ବିହି ଗଢିଦେଲା ରୂପ ତୋହରି
ନବ ଯଉବନୀ ରୂପସୀ ମୋର
କିଣି ନିଏ ମନ ଓଷ୍ଠ ତୋହର।।
ରସିକ ମନରେ ଆଶା ବାନ୍ଧଇ
ରୂପ ଦେଖି ତୋର ଜହ୍ନ କାନ୍ଦଇ
ନିମ୍ବଫଳ କାଳେ ଲାଗେ ମଧୁର
ଯୌବନ ଶୋଭା ତୋ ଭାରି ସୁନ୍ଦର।।
କାତର ହୋଇକି ଚାହେଁ କେତକୀ
ଭୟରେ ଯାଇକି କୁହେ ସାଥୀ କି
ଲାବଣ୍ୟ ରୂପ ତୋ ସୁନ୍ଦର କେଶ
କୁଞ୍ଚ କରି କାଳେ ପକାଉ ବେଶ।।
ନାସା ମୋଡ଼ି ଯେବେ ଦେଉ ଅନାଇଁ
ହରଷରେ ଶୁକ ଗୀତ ଗାଆଇ
ମନକୁ ମନାଇ କରେ ବିଚାର
ବନିତା ଲୋ ତୁହି ଭାରି ସୁନ୍ଦର।।
ଦର୍ପଣକୁ ଯେବେ ଦେଉ ତୁ ଚାହିଁ
ମେଘ ରଡି କରେ ଆକାଶେ ରହି
ପୁଷ୍ପଗୁଚ୍ଛ ଧରି ଦିଏ ଖବର
ନବ ଯଉବନୀ ଭାରି ସୁନ୍ଦର।।
