
ସମୟ ସୁଅରେ ଭାସି ଭାସି ଯାଏ
ଏ ମୋର ଜୀଵନ ତରୀ
ଘାତ ପ୍ରତି ଘାତ ପ୍ରତି ପାଦେ ମୋର
ରଖ ପ୍ରଭୁ ଦଇତାରି ll
ଅସଜଡ଼ା ବାଟ କଣ୍ଟା ଝଟା ଭରା
ପାଦେ ଝରେ ଲହୁ ମୋର
କାହାକୁ କହିବି କେ ଦୁଃଖ ବୁଝିବ
କେହି ନାହିଁ ଆପଣାର ll
ତୁମେ ଆର୍ତ୍ତ ତ୍ରାଣ ଅରକ୍ଷ ରକ୍ଷକ
ତୁମ ପାଦେ ନିବେଦନ
ସୁଖରେ ଦୁଃଖରେ ଥିବ ମୋ ସାଥିରେ
ହେ ପ୍ରଭୁ ଚକାନୟନ ll
ମାଗୁନାହିଁ ଧନ ଅବା ସନମାନ
ଦିଅ କିଛି ଯଶ ଖ୍ୟାତି
ମାଗୁଛି ଏତିକି ହେ କମଳା ପତି
ତୁମ ପାଦେ ରହୁ ମତି ll
ଅନ୍ତରେ ଭକତି ଭରି ଦିଅ ମୋର
ତୁମ ନାମ ଗାଉ ଥିବି
ତୁମ ଯଶ କୀର୍ତ୍ତି ଗୁଣ ଗାନ କରି
ଭଵ ସିନ୍ଧୁ ପାର ହେବି ll
ପିଲା ପରିବାର ବନ୍ଧୁ ପରିଜନ
ସବୁ ଲାଗେ ଆଜି ମିଥ୍ୟା
ସବୁ ଥାଇ ଆଜି ନିଶ୍ବ ମୁଁ ହୋଇଛି
ଭାବୁଛି ତୁମରି କଥା ll
ଅଳିକ ସଂସାର ମିଛ ମାୟା ଖେଳ
ପାଦେ ପାଦେ ଚୋର ବାଲି
ଠକ ଭଣ୍ଡାମୀର ଲୁଚ କାଳି ଖେଳ
ଜୀବନଟା ହୁଏ ଖାଲି ll
ଜୀବନର ଶୁଖ ସବୁ ନେଇ ଯାଅ
ଚରଣରେ ସ୍ଥାନ ଦେଇ
ତୁମ କୃପା ବିନ୍ଦୁ ମୋ ମସ୍ତକେ ଝରୁ
ମୁକ୍ତି ପାଇଯିବି ମୁହିଁ ll