ନୂଆ ବର୍ଷ ଆସିଲା ପୁଣି ଚାଲିଗଲା,
କାହିଁ କିଛି ତ କାହିଁ ନୂଆ କିଛି ହେଲାନାହିଁ,
ଗଛପତ୍ର ଯେମିତି ଥିଲା ସେମିତି ଅଛି,
ଧରଣୀ ମାତା ତ ସେମିତି ନିରୁତା
ପଣରେ ଅସହାୟ ରୋଦନ କରୁଛି,
ବିଦେଶର ପୁଅକୁ ଚାହିଁ ଚାହିଁ
ସେମିତି ତ ବାପା ମାଆ ଲୁହ ଗଡାଉଛନ୍ତି,
ଦାଦନ ଖଟିବାକୁ ଯାଇଥିବା ରୋଜଗାରିଆ 
ପୁଅ କାହିଁ ତ ଫେରି ଆସିନାହିଁ।
ଗଣଦୁଷ୍କର୍ମ,ମଦ୍ୟପ,ରାହାଜାନି,ଚୋରି
ଲୁଟପାଟ ତ କାହିଁ କମୁନି ,କି
ରେଳଷ୍ଟେସନ, ମନ୍ଦିର ବେଢାରେ
ନିରୀହ ଆଖିମାନର ଅଦୃଶ୍ୟ ହୋଇନାହିଁ।
ଆବର୍ଜନା ରୁ କୁକୁର ପାଟିରୁ ତ 
ସେମିତି ଛଡାଛଡିକରି ଗିଳି ଚାଲିଛି ରାମୁଲୁ।
କଣ ତାହେଲେ ନୂଆ ହେଲା ଯେ 
ଏତେ ଭୋଜିଭାତ,ବାଣରୋଷଣୀ,
ଫୁଲତୋଡା,ବୋତଲ ପରେ ବୋତଲର 
ଆୟୋଜନ କରାଯାଇଥିଲା।
ବେକାର, ବେକାର, ବେକାର।

ପ୍ରଣତି ମହାପାତ୍ର, ବାଲେଶ୍ବର