| ଶୀର୍ଷକ : | ବରଷା |
| ବିଷୟ : | ଗର୍ଜନ କରି ଧାଇଁ ଆସଇ ବର୍ଷା ଘଡଘଡି କୁ ସାଙ୍ଗରେ ନେଇ , କହିବ ଯେପରି ନିଜ ସାଥିକୁ କେହି ତା ପାଶୁ ନେଉଛି ଛଡ଼େଇ ।। ବିଜୁଳିବତୀ ଦିଅଇ ସାହାସ ଭୟ ନାହିଁ ତୋ ପାଶେ ଅଛି ମୁଇଁ , ସାଗର ପାଶରୁ ତୋର ସାଥିକୁ ଆମେ ନିଶ୍ଚୟ ଆଣିବା ଡରେଇ ।। ପବନ ବି ବଢାଇ ଦିଏ ତା ହାତ ବରଷାକୁ ନିଏ ସେ ଉଡେଇ , ତୋ ସାଥି ପାଶରେ ଅତି ଶୀଘ୍ର ତୋତେ ନିର୍ଭୟେ ଦେବି ମୁଁ ପହଞ୍ଚାଇ ।। ବର୍ଷା ରାଣୀ ର ଲୋତକ ରେ ପୁଣି ବସୁଧା ମାଆ ହୁଏ ଶ୍ୟାମଳା , ଧନ୍ୟ ତୁ ଜୀବଜଗତ କୁ ଦେଉଛୁ ସୁଖ ନିଜେ ସହି ଦୁଃଖ ଜ୍ୱାଳା ।। ଯେବେ ବଢିଯାଏ ତୋ ଦୁଃଖ ଭାର ବଢିଯାଏ ତୋ ଲୋତକ ଧାର , ଜଳମୟ ହୁଏ ଏ ଧରା ପୃଷ୍ଠ ଜୀବଜଗତ ଯେ ଥରହର ।। |
| ବିଭାଗ : | କବିତା |
| ଲେଖକଙ୍କ ନାମ : | Pabitra Behera |
| ଠିକଣା : | Sambalpur Odisha India Sambalpur Odisha India |
| ଫୋନ : | 775-107-5358 |
| ଇମେଲ : | wrpabitra.in@gmail.com |

