ମାଘ ସପ୍ତମୀର
ଉଛୁଳା ତୀରରେ
ଭାବନା ତା ରାଶି ରାଶି
ଅନ୍ତଃସ୍ବର ତାର
ବଖାଣେ ଆକୁଳେ
ପୁତ୍ର ଧରମାର ସ୍ମୃତି
ବାର ବରଷର
ବାଳକ ଭିତରେ
ଦେଖୁଛି ସତେ ସେ
ବୀର ପୁତ୍ର ତାର
ଚୁପି ଚୁପି ଆସେ ହସି ।
ଚପଳ ଆବେଗେ
କାନରେ କହେ ସେ
ମାତୃ ରୂପୀ ତୁ ତ
ତୋ କୋଳରେ ଶୋଇ
ସ୍ଵପ୍ନ ଦେଖୁଚି
କୋଣାରକ ନବ ଛବି
କାହିଁକି ଭାବୁଛୁ
ମୋ କଥା ତୁ ଏତେ
ବିରସ ବଦନେ ବସି,
ହେଇ ହେଇ ଦେଖ୍
କେମିତି ତୋ କୋଳେ
ସୂରୁଯ ପଡୁଛି ଖସି,
ସୁନେଲି ତୋର
ପଣତ କାନିରେ
ଦେଉଛି ସେ ମୁଁହ ନେସି ।
ଭାବନାରୁ ଫେରି
ବାସ୍ତବରେ ଦେଖେ
ତାର କୋଳାହଳ ଛବି
ତଥାପି ବୁଝେନି
ମନଟା ତାର
ଅତୀତର ସେଇ କରୁଣ ଚିତ୍ର
ବାର ବାର ଆସେ
ମନ ପରଦାରେ ଭାସି ।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ : 9438191850