
ଆସ ହେ ସଙ୍ଗାତ ଆସ ହେ ମିତ,
ବୁଲି ଯିବା ଆମେ ଧାମ ଶ୍ରୀ କ୍ଷେତ୍ର ।।
ବଡ଼ ଦାଣ୍ଡେ ଛିଡ଼ା ହୋଇବା ଦଣ୍ଡେ,
ଜଗା ନାମ ନେବା ଘଡ଼ିଏ ତୁଣ୍ଡେ ।।
ମହୋଦଧି ଯାଇ କରିବା ସ୍ନାନ,
ତା' ପରେ କରିବା ଦିଅଁ ଦର୍ଶନ ।।
ରତନ ବେଦୀରେ ଜଗା ଗୋସାଇଁ,
ସଙ୍ଗେ ଥିବେ ତାଙ୍କ ଭଉଣୀ ଭାଇ ।।
ଖାଇବା ଆନନ୍ଦେ ଅବଢ଼ା ଅନ୍ନ,
ମହୁର, ବେସର, ଶାଗ ବ୍ୟଞ୍ଜନ ।।
ପ୍ରଣାମ ଜଣାଇ ନେବା ମେଲାଣି,
ଶୁଭ ହୋଇବ ଯାତ୍ରା ଲେଉଟାଣି ।।
