
ବ୍ୟାଙ୍କ ଛକରୁ ନୂଆ ବସ୍ ଷ୍ଟାଣ୍ଡ
ବାଇପାସ ରୁ ମେଡ଼ିକାଲ
ସବୁଠି ଚା ମିଳେ ଆଉ ଜଳଖିଆ ବି
ପାନ ଆଉ ସିଗାରେଟ
ଗୁଟ୍ଖା ପାଖରେ ସବୁ ବେଳେ ଗହଳି ।
କୋଉଠି ଗୁଡାଏ
କଲେଜ ପଢୁଆ ଟୋକାତ
ଆଉ କୋଉଠି ଯୁବ ବୟସ
ଆଉ ଦର ବୁଢା ଲୋକଙ୍କ
ଭିତରେ ଗୁଡାଏ ଆଲୋଚନା ।
କେବେ କେବେ ଖେଳ ରାଜନୀତି
ସିନେମା ଆଉ ଦୁଃଖ ସୁଖ
ଏସବୁ ଠୁ ଅଧିକ ଆଲୋଚନା ସେଇକଥା ।
ଯୋଉକଥା କାନରେ ଶୁଣି ହୁଏନି
ସେମାନଙ୍କ ମୋବାଇଲ ରେ ଆସିଥିବା
ନୂଆ ନୂଆ ଲଙ୍ଗଳା ଫଟୋ
ଆଉ ଭିଡ଼ିଓ ର ଦୃଶ୍ୟ
ହସ୍ତ ମୈଥୁନ ଠୁ ପରକୀୟା ପ୍ରୀତି
ସମଲିଙ୍ଗୀ ଯୌନ ସମ୍ପର୍କର
ନୂଆ ନୂଆ ତରିକା
ଝିଅ ମାନଙ୍କୁ
କମେଣ୍ଟ ମାରିବାର ଆନନ୍ଦ
କୋଉଠି କମ ଦାମରେ ମିଳୁଛି
ବ୍ରାଉନ ସୁଗାର, ମଦ ଆଉ
ଦାମୀ କଣ୍ଡୋମ ।
କାନରେ ଇଅର କର୍ଡ଼ ଅବା
ବ୍ଲୁଟୁଥ ଦେଇ
ଘୁଂ ଘାଂ କରି ସାପ ଭଳି
ଦିଚକିଆ ଗାଡି
ଚଲେଇବାର ମଜା
ମାଳି ସାହି ଆଉ ସୁନାକାଞ୍ଚି
ଯିବାର ସରଳ ଉପାୟ
ରାଜଧାନୀ ରାସ୍ତାରେ ସନ୍ଧ୍ୟାରେ
କିନ୍ନରଙ୍କ ବ୍ୟବସାୟରେ
ସାମିଲ ହେବାର ଆଶା
ଏହା ଯଦି ସ୍ମାର୍ଟ ହେବାର
ର ସଂଜ୍ଞା ପ୍ରକୃତି ପରିସର
ଲୋଡ଼ା ନାହିଁ ସେ
ସ୍ମାର୍ଟ ହେବା
ଶତ ଧିକ ତୁମ ସ୍ମାର୍ଟ ପଣିଆକୁ
ଏମିତି ସ୍ମାର୍ଟ ହେବା କଣ
ନିହାତି ଜରୁରୀ
ଏଇ ପଖାଳ ପୁରୁଣା ସାଇକେଲ
ଛୋଟ ଚାକିରୀ
ଜୀବନ ଜୀଇଁବାପାଇଁ କଣ ଯଥେଷ୍ଟ
ନୁହେଁ କି ?