ସବୁ ସଫଳତା ରାସ୍ତା
କେବେ ନୁହେଁ ସମତଳ
କଣ୍ଟା ଫୁଟିବ ପୁଣି ରକ୍ତବି ଝରିବ
ସାମ୍ନା କରିବାକୁ ହେବ
କେତେ ଝଞ୍ଜା ଝଡ
ପିଇବାକୁ ହେବ ପୁଣି
କେତେ ହଳାହଳ ।
ତଥାପି ଆନନ୍ଦ ଦବ
ସେଇ ରାସ୍ତା ଚାଲିବାକୁ
ଲକ୍ଷ ଯଦି ରଖିଥାଅ ସ୍ଥିର
ଦେଖିବ ନିଶ୍ଚିତ ଦିନେ
ନୂତନ ସକାଳ ।

ଉଠ !
ପୁଣି ଚାଲ
ଲକ୍ଷସ୍ଥଳ ଯେ
ଆହୁରି ଅନେକ୍ ଦୂର
ଅବଶ ହେବାକୁ ଦିଅନାହିଁ ପାଦ
ମୁଦ୍ରିତ ହେବାକୁ
ଦିଅନାହିଁ ଚକ୍ଷୁ
ଉଦୟ ସୁର୍ଯ୍ୟର ଆଭା
ଏବେବି ତୀକ୍ଷ୍ଣ୍
ଅସ୍ତମିତ ହେବା ଆଗରୁ
ଜୀବନର ନାଆକୁ
ଲଗେଇବାକୁ ହେବ କୂଳ।
ତାପରେ ଅବସୋସ ର ଲହୁ ନୁହେଁ
ଝରିବ ଆତ୍ମତୃପ୍ତିର ଲୁହ
ସେତେବେଳେ ବୁଝିପାରିବ
କିଏ ଦିଏ ବେଶି ଆତ୍ମ ସନ୍ତୋଷ ,
ଅନୁକୂଳ ପଥ ଅବା ପ୍ରତିକୂଳ ।।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ : 9438191850