କବିତା - ଚାଲ ମକରହେବା - ସତ୍ୟଜିତ୍ ମହାନ୍ତି

0

ଚାଲ୍ ଆଉଥରେ
ଫେରିଯିବା ସେଇ ପିଲାଦିନ କୁ...
ତୁ ଧରିଥିବୁ ସୂତା, ମୁଁ ଧରିଥିବି ଗୁଡି..
ଆଉ ଦଉଡ଼ି ଯିବାସେଇ ଧାନ ବିଲକୁ
ଚାଲ୍ ଫେରିଯିବା ସେଇ ପିଲାଦିନ କୁ...

ତୁ ଆଣିବୁ ଚାଉଳ, ମୁଁ ନେବି ପଥୁରି,
ଚକଟି ଖାଇ ହେବା ମକର
ଚାଲ୍ ଫେରିଯିବା ସେଇ ପିଲାଦିନ କୁ...
ବହଳେ ମଞ୍ଜସୂତା କିଣି
କାଟିବା ମଦନ, ଶଙ୍କର ଗୁଡ଼ିକୁ

ଚାଲ୍ ଆଉଥରେ
ଫେରିଯିବା ସେଇ ପିଲାଦିନ କୁ...
ପୁଣି ବେଲୁନ କିଣି ଚଣାଚୁର ଖାଇ
ବୁଲିଯିବା ମକରମେଳା କୁ ।

ମକର ଲୋ ତତେ ଶୁଭେଚ୍ଛା

ସତ୍ୟଜିତ୍ ମହାନ୍ତି, ଭୁବନେଶ୍ୱର

Post a Comment

0Comments
Post a Comment (0)