
ଭାଙ୍ଗି ଦେଲ ଆଜି ହୃଦୟକୁ ମୋର
ଦେଇ ମିଛ ପ୍ରତିଶ୍ରୁତି,
କୋହର ସାଗରେ ଭସାଇଣ ମତେ
ଭରି ଛଳନା ର ପ୍ରୀତି।
ଆନମନା କରୁନି ତୁମର ଚେହେରା
ଦେଇଅଛ ମତେ ଧୋକା,
କାଳ କୋଠରୀ ର ନିର୍ଜନ ଅନ୍ଧାରେ
ବିତୁଅଛି ମୋ ସଜା।
ଖଣ୍ଡ ଖଣ୍ଡ କରି ଜଳଉଛୁ ମତେ
ଜାଳି ବିରହ ର ଜୁଇରେ,
କାମନା ବାସନା ସବୁ ହଜାଇଛୁ
ଅତୀତର ନ୍ଯସ୍ତ ଗର୍ଭରେ।
ପ୍ରତାରଣା ଏଠି ପାହାନ୍ତି ତାରକା
ଦେଖୁଥାଏ ମୁଁ ପ୍ରତିଦିନ,
ଦେଖୁନାହିଁ ଆଜି ଅନନ୍ତ ଆକାଶେ
ପୂର୍ଣ୍ଣିମା ର ଶ୍ବେତ ଜହ୍ନ।
ଜଳି ଜଳି ଯାଏ ବିରହ ଜୁଇରେ
ଜଳି ଯାଏ ମୋ ଅନ୍ତର,
ଲିଭିବନି ଆଉ ହୃଦୟ ଗର୍ଭରୁ
ବିରହର ଦଗ୍ଧ ଧାର ।
0 Comments
You can write now your valuable comments here. Off-topic comments may be removed or deleted without prior notice.