ଦେହ ଥିଲେ ପୀଡା ଆସିବରେ ବାବୁ
ସହଜେ ସାଆନ୍ତେ ଦୁଃଖି
ସୁଖ ଆଉ ଦୁଃଖ ସବୁ କର୍ମଫଳ
ସୁ'କର୍ମେ ଲଭିବୁ ସୁଖି.....
ଜୀବନ ପଥରେ ବିଘ୍ନ ଆସିଥାରେ
ରଖିଥା ଭକତି ବ୍ୟଞ୍ଜନ
ସୁସ୍ଥ ହେଇ ଏବେ ସାଆନ୍ତେ ଆସିବେ
ମାଗିନେବୁ ମନସ୍କାମ....
ହଟିଆ ଠାକୁର ହଟ ଭିଆଇବ
ସାବଧାନ ଟିକେ ଥିବୁ
ସୁ'ମନେ ସୁମନ କରି ଅରପଣ
ପୟରେ ଶରଣ ନେବୁ
ବିଶ୍ବାସକୁ ମୂଳ ଶ୍ରଦ୍ଧାକୁ ସମ୍ବଳ
କରି ନିବେଦନ ହବୁ
ଘେନିଲେ ବିନତୀ ସେ ଜଗତ ପତି
ଭବନର୍କୁ ତରିଯିବୁ
ସୁଖ ନିତି ଭୁଞ୍ଜୁଥିବୁ ....
ସୁକର୍ମେ ଲଭିବୁ ସୁଖି - ସନ୍ତୋଷ ପଟ୍ଟନାୟକ
July 12, 2018
0
