
ମଥା ସଦା ନତ ରହୁ
ତାଙ୍କରି ସ୍ମରଣ କରି ପ୍ରତିକ୍ଷଣ
ଏ ଶରୀର ରହିଥାଉ।
ତାଙ୍କରି ଆଶିଷ ଅମୃତ ବାଣୀ କୁ
ସଦା ଧରୁ ମୋର ହୃଦ
ସେ ଆଶିଷ ବଳେ ଜୀବନ ଯାତନା
ହୋଇଯାଉ ନିତି ଦଗ୍ଧ।
ତୁମେ ମୋର ପିତା ମାତା ସଖା ବନ୍ଧୁ
ସାଥେ ରହିଅଛ ନିତ୍ୟ
ତୁମ ପାଦ ତଳେ ରହିଥାଉ ମନ
ସଦା ସେବାକାରୀ ଭୃତ୍ୟ।
ଦେଇଅଛ ଯାହା ଯାଉଅଛି ସରି
ଅନିତ୍ୟ ପାର୍ଥିବ ଧନ
ସେଥିପାଇଁ ପ୍ରଭୁ ତୁମରି ଚିନ୍ତନେ
କଟୁ ମୋର ଵାକି ଦିନ।
ତୁମ ପ୍ରେମେଡୋରେ ବାନ୍ଧି ରଖସଦା
ପକାଇ ଅଫିଟା ଗଣ୍ଠି
ଅମାପ ଅତୁଲ୍ୟ ସେବା ଦାନ ନାମ
ଭରମୋ ହୃଦୟ ଅଣ୍ଟି।
ନମ୍ରତା ହେଉ ମୋ ଜୀବନ ଆଧାର
ନାଶ ଗର୍ବ ଅହଙ୍କାର
ଏ ବିଶ୍ଵ ବ୍ରହ୍ମାଣ୍ଡେ ମଣିଥିବି ନିତ୍ୟ
ଏକା ତୋ ପାଦ କିଙ୍କର।
ଏତିକି ମାତର କାମନା ମୋହର
ଏତିକି ମାତର ଅଳି
ହେ ଗୁରୁଗୋବିନ୍ଦ ମୋତେ ସହୃଦୟେ
ନିଅ ତୁମ ପାଶେ ତୋଳି।