ହେ ପ୍ରିୟ
ଚିରିଦେଲ କି ମୋ ପତ୍ର
ପ୍ରୀତିର କଲମରେ ପ୍ରେମର କାଳି ଦେଇ
କେଡେ ସରାଗରେ ଲେଖିଥିଲି ସେ ପତ୍ର
ଆଖିର ଲୁହ ଗୁଡାକ ଟପ୍ ଟପ୍ ପଡି
ବୋଧ ହୁଏ ଅସ୍ପଷ୍ଟ ହୋଇଗଲା
ନାଁ ଅଣଦେଖା କରି
ଟିକ୍ ଟିକ୍ କରି ଚିରିଦେଇ
ଭାଙ୍ଗିଦେଲ ମୋ ଦରଦୀ ହୃଦୟକୁ।

 ଜାଣିଛ ?
ଉତ୍ତର ଅପେକ୍ଷାରେ ମୁଁ କେମିତି
ଚାତକ ପରି ଚାହିଁ ରହିଥିଲି ?
ପାର୍ଶ୍ୱର ମୁଖ୍ୟ ଆସନଟା ବି
ଏଯାଏଁ ଚାହିଁରହିଛି ତୁମ ଆସିବା ବାଟକୁ
ମୋ ଉତ୍କଣ୍ଠିତ ହୃଦୟଟା ଜୀଇଁ ଜୀଇଁ
ମରି ଶୋଇଛି
ପାଇବାକୁ ତୁମ ସଜ ପରଶକୁ
ସ୍ମୃତିର ଡାଏରୀ ଖୋଲି
ପଢ଼,ହସ,ଆଉ ଉତ୍ତର ଦିଅ
ଶାନ୍ତି ଦିଅ ଏ ସନ୍ତାପିତ ହୃଦୟକୁ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର