ହାରିବା ଆମର ଜାତକରେ ନାହିଁ
ଆମେ ଭାରତୀୟ ବୀର
ପ୍ରତିହିଂସା ନୁହେଁ ପ୍ରତିରୋଧ କରୁ
ପାଇବାକୁ ନ୍ଯାର୍ଯ୍ଯ ଅଧିକାର ।

ଇତିହାସ କହେ ବୀରତ୍ବର କଥା
ପୁରୁ ରାଜାଙ୍କର ଗାଥା
ଚକିତ ହୋଇଲେ ଆଲେକ୍ ଜାଣ୍ଡର୍
ନଇଁଗଲା ତାଙ୍କ ମଥା ।

ହିଂସା ପ୍ରଣୋଦିତ ତରବାରି ଜୟ
ନୁହେଁ ପ୍ରକୃତ ବିଜୟ
ଚଣ୍ଡାଶୋକ ପୁଣି ଧର୍ମାଶୋକ ହୋଇ
ଗଡାଇ ଥିଲେ ଯେ ଲୁହ ।

ସତ୍ଯ, ଶନ୍ତି, କ୍ଷମା ଗୁଣେ ବିଭୂଷିତ
ଆମେ ଭାରତର ସନ୍ତାନ
ଦେଶରକ୍ଷା ଲାଗି ପ୍ରସ୍ତୁତ ସଦା
ଢାଳିବାକୁ ଆମ ଜୀବନ ।

ବିଜୟର ଟିକା ମଥାରେ ଝଲସେ
(ଆମେ) ଜଳ, ସ୍ଥଳ, ବ୍ୟୋମ ସେନା
ମା'ର ମମତା ଦାନ ସୁଝାଇବୁ
ଉଡାଇ ବିଜୟ ବାନା ।।


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :