ସୁଦୂର ବଲାଙ୍ଗିର ଜିଲ୍ଲାର ବାଘମୁଣ୍ଡା ଗ୍ରାମରୁ ରମୁ ଛୁଟି ଆସିଥିଲା ନିଜର ପେଟପୋଷଣ ପାଇଁ ଗଞ୍ଜାମ ଜିଲ୍ଲାର ଆଲିପୁର ଗ୍ରାମକୁ ଦାଦନ ଖଟିବା ପାଇଁ । ଇଟାଭାଟି ଥିଲା ତାରି ଯୋଗାଯୋଗର ଏନ୍ତୁଡିଶାଳ ସାଥେଥିଲା ସ୍ତ୍ରୀ ସାରିଆ ଏବଂ କୁନିପୁଅ ମେହର । ମାଲିକ ଦ୍ବାରା ତୋଳାଯାଇଥିବା କଞ୍ଚାଇଟା ଉପରେ ନଡାଛପର ଘରଟି ଥିଲା ଦରଦି ହୃଦୟର ଆଶ୍ରୟ ସ୍ଥଳ । ଭୋର ସକାଳୁ ଉଠି ମାଟିମଟାଳର ସାଥେ କସରତ କରି ରାତ୍ରର ଆଗମନ ଯାଏ ଇଟା ଗଢିବା ସ୍ବାମି ସ୍ତ୍ରୀ ଙ୍କ କାମ । ଆଖିରେ ଅନେକ ଆଶାକୁ ସାଇତିରଖି ନିଜର କାମକୁ ସେ ଆଗେଇ ନେଉଥିଲା ଆଗଭରର ସହିତ । କିନ୍ତୁ କରିବ କଣ କେତେ ବେଳେ ଟାଇଁ ଟାଇଁ ଖରା ସାଙ୍ଗକୁ ଅଦିନିଆ କାଳବୈଶାଖିର ଝଡ ଦୁଃଖଦେଇ ଯାଉଥିଲା ଗଢିଥିବା କଞ୍ଚାମାଟିର ଇଟା ଭାଟି ଉପରକୁ ଉଠିବା ଆଗରୁ ପାଣିରେ ଭିଜି ନଷ୍ଟହୋଇ ଯାଉଥିଲା, ତେଣେ କୁନି ପୁଅଟି ଜରରେ ଛଟପଟ ହେଉ ଥିଲେ ମଧ୍ୟ ମାଲିକ ଆଗରେ ଗୁହାରି ଜଣାଇବାର ସୁଫଳ କିଛି ପାଇପାରୁ ନଥିଲା । ଯେଉଁ ଆଶାନେଇ ସୁଦର ବବଲାଙ୍ଗିର ଛାଡି ଆସିଥିଲା ତାହାରି ଆଶା ଆଶାରେ ହିଁ ବିଲୟ ହୋଇଯାଉଥିଲା । ପାଗର ଅନୁକୁଳ ସାଙ୍ଗକୁ ଇଟା ପ୍ରସ୍ତୁତିର ର୍ପବ ଶେଷ ପର୍ଯ୍ୟାୟରେ ଉପନିତ ହେଲା ଅପରିହ୍ନରେ ଇଟାଭାଟି ମାଲିକ ଭାଟିରେ ଅଗ୍ନି ସଂଯୋଗକରି ଆନନ୍ଦରେ ଘରକୁ ଚାଲି ଗଲା । ରାମୁ ତାହାରି ସ୍ତ୍ରୀ ସାରିଆ ପୁଅ ମେହେର ନିଜର ଅସ୍ଥାୟୀ କୁଟିରରେ ରୋଷେଇବାସ କରି ଭୋଜନ ପରେ କିଛି କଷ୍ଟ ଲାଘବ ପାଇଁ ଛିଣ୍ଡା ମଶାଣରେ ନିଦରେ ଶୋଇଗଲେ । କିନ୍ତୁ ବିଧିର ବିଚିତ୍ର ଲିଳା ଦାଦନ ଉପରେ ଶେଷରେ ଜିଅନ୍ତା ମରଶରିରର କାହାଣି ରଚନା କରିଦେଲା । ଭାଟିରେ ଲାଗିଥିବା ନିଆଁର ଝୁଲ ଆସି କୁଟିର ଉପରେ ଲମ୍ଫମାରିଲା ନିମିଷକ ମଧରେ ପୋଡା ଇଟାର ବାରୁଦ ତଳେ ନିରିହ ତିନୋଟି ଜୀବନ ପୋଡି ପାଉଁଶ ହୋଇଗଲା ।

ସକାଳ ହେଲା ପୁରୁବ ଆକାଶେ ସୁରୁଜ ର କଅଁଳିଆ କିରଣ ଆଛାଦିତ କରିନେଲା । ଭାଟିମାଲିକ ଆସି ଖୁସିରେ ଅଧିର ହୋଇଗଲା କାରଣ ତାର ଭଲ ରୋଜଗାର ବାଟ ତାକୁ ମିଳିଗଲା କିନ୍ତୁ ସେତେ ବେଳକୁ ତାର ରାମୁ କଥା ଆଉ ମନେ ପଡିଲା ନାହିଁ । କିଛି ବାଟ ଯାଇ ପୁଣି ଫେରି ଭାଟିର ପଛପଟକୁ ଦେଖି ଜାଣି ପାରିଲା ଅସ୍ଥାଇ ଘରଟି ପୋଡି ପାଉଁଶ ହୋଇଯାଇଛି ଆଉ ସେହି ପାଉଁଶ ପୋଡାଗଦା ଭିତରୁ ଛୁଟିଆସୁଛି ପୋଡା ମାଂସର ବାସ୍ନା । ସେତିକି ବେଳେ ସେ ଜାଣି ପାରିଲା ରାମୁ ଆଉ ନାହିଁ ନିଜକୁ ବଞ୍ଚାଇବା କୁ ଯାଇ ସେହି ଯାଗାଟିକୁ ମାଟିର ଚାଦରେ ଢାଙ୍କି ଦେଲା । ତଥାପି ମାଟିର ବାସ୍ନା ବାରି ଦେଉଥିଲା ରାମୁର ହଜିଲା କାହାଣି । ଏଠି ଗୋଟାଏ ପ୍ରଶ୍ନ ମନରେ ଉଙ୍କିମାରେ ଦାୟୀ କିଏ.......? ଦାଦନର ଦୁଃଖ !!!!! ପ୍ରଶାସନର ଅବହେଳା !!!!!! ନା.... ଗରିବ ହୋଇ ଜନ୍ମ ନେବା !!!!!!!.



ରଚନା : ଡଃ.ସନ୍ତୋଷ କୁମାର ପ୍ରଧାନ

ଠିକଣା : ଚିନିଶ୍ଳିପ ନୂଆଗାଁ ,ଆସିକା, ଗଞ୍ଜାମ,  ଦୂରଭାଷ : 9861417519