
ରାଜ ନେତାଙ୍କର ତନ୍ତ୍ର,
ଗୋଳିଆ ପାଣିରୁ ଫାଇଦା ହାସଲ
ସେମାନଙ୍କ ମୂଳ ମନ୍ତ୍ର ।।
ବନ୍ଧା ପଡିଅଛି ଗାନ୍ଧିବାଦୀ ଚିନ୍ତା
ରାଜନୀତି ପଶା ଖେଳେ,
ସ୍ବାର୍ଥ କୈନ୍ଦ୍ରିକ ଦାଉ ପେଞ୍ଚ ଚାଲେ
ସମାଜ ମଙ୍ଗଳ ଢାଲେ ।।
ନୀତି ବିହୀନ ରାଜନୀତି ଆଜି
ଜନ ସେବକଙ୍କ ଖେଳ,
ସ୍ବାର୍ଥ ସିଦ୍ଧି ପାଇଁ କରନ୍ତି ସାଳିସ୍
କୋଟି ଜନତାଙ୍କୁ କାଳ ।।
ନାଗରିକ ସଂଶୋଧନ କାନୁନ୍ ଟି
ଜାଲୁଅଛି ଏବେ ଦେଶ,
ଧରମ ନାମରେ ଦେଶ ବିଭାଜନ
ନେତାଙ୍କର ପୁଷ ମାସ ।।
କେତେ ଦିନ ଆଉ ସଉଦା କରିବ
ଜାତି, ଧର୍ମ, ବର୍ଣ୍ଣ ବିକି,
କେତେ ଦିନ ଆଉ ଘୃଣା ବାଣ୍ଟୁଥିବ
ହୋଇ ବଡ଼ ଅବିବେକୀ ?? ।।
