କେମିତି କହିବି କୁହ, କେମିତି କହିବି କୁହ
ମୁଁ ଜଣେ ମଣିଷ ବୋଲି
ଆଖିରେ ଦେଖି ବି ଅତ୍ୟାଚାର,
କରିପାରୁନି ମୁଁ ନ୍ୟାୟ ର ବିଚାର
ବୁଜି ଦେଇ ଆଖି ଯାଉଚି ଚାଲି
କେମିତି କହିବି କୁହ, କେମିତି କହିବି କୁହ.....
ମନ୍ଦିର କୁ ଯାଏ ପୂଜା ଥାଳି ଧରି
ମାଗିବାକୁ ଧନ ମାନ ଯୌବନ,
ମନ୍ଦିର ବାହାରେ ଚୋର ପରି ପୁଣି
ଲୁଟି ଖାଇଥାଏ ଅନ୍ନ
ନିଜ ସ୍ବାର୍ଥ ପାଇଁ ଯେବେ ଧର୍ମ ନାମ ରେ
ପଶୁ କୁ ଦିଏ ମୁଁ ବଳି
କେମିତି କହିବି କୁହ, କେମିତି କହିବି କୁହ.....
ନିଜକୁ ଭାବି ଶ୍ରେଷ୍ଠ ଏ ଜଗତେ
ଅନ୍ୟକୁ ଇତର ମଣି
ଦୁର୍ବଳ ପ୍ରଜାଙ୍କ ସର୍ଦ୍ଦାର ସାଜି
ପାରିବି କି ବିଶ୍ଵ ଜିଣି
ମୁଁ ନୁହଁ ଗାନ୍ଧୀ ଗୋପବନ୍ଧୁ ସମ
ନୁହେଁ ମୁଁ କଲାମ୍ ଭଳି
କେମିତି କହିବି କୁହ, କେମିତି କହିବି କୁହ...


ରଚନା : ଆଲୋକ ରଞ୍ଜନ ଦାଶ

ଠିକଣା : Padhanpali, ବରଗଡ଼,  ଦୂରଭାଷ : ୮୯୮୪୯୫୬୦୩୪