ମାମୁଁ ଗଲେଣି ନୂଆ ବଜାର
ଆଣିବେ ସେଓ, ବିଟ୍ ,ଗାଜର,
ଆସରେ ପିଲେ ଖାଇବ ଆସ
କ୍ଷୀର ,ଭାତ ଓ ହଲିସ୍ ରସ ।
ମାଇଁ ରାନ୍ଧଣା ପାଟି ସୁଆଦ,
ଖାଇଲା ପରେ ଆଖିକୁ ନିଦ,
ସକାଳୁ ଅଜା କରନ୍ତି ମଜା
ନାଲି ଚାହାକୁ ଗରମ ଭୂଜା ।
ଜେଜେ ମା' ଗପ ନୂଆ କାହାଣୀ,
ଶିଶୁ ବାଜିଆ , ଧରମା ବାଣୀ,
ଜେଜେ ବା' କଥା ଅସିଆ କାଳ,
କଙ୍କଡା ମାଛ, ଚିଙ୍ଗୁଡି ଝୋଳ ।
ନଟିଆ କଥା କୁତୁ କୁତିଆ
ପାଳଭୂତରେ କରେ ଛାନିଆ,
ଚଢେଇ,ପାରା ଡରିବେ ପରା
ଶସ୍ଯ ସୁନ୍ଦର ଦିଶିବ ତୋରା ।
କୋକିଳା କହେ ରେଡିଓ ଯୁଗ
ଆକାଶ ବାଣୀ ପଲ୍ଲୀ ସରାଗ,
ମାମୁଁ ଆସିଲେ ବଜାରୁ ଦେଖ
ଫଳ ଚିହ୍ନି ନାମ ଖାତାରେ ଲେଖ ।
ଫଳର ଚିତ୍ର ଅଙ୍କନ କର
ରଙ୍ଗେଇ ତା'କୁ କର ସୁନ୍ଦର
ଅଜା ଆଖିରେ ଚଷମା ଦିଅ
ଚିତ୍ର ଦେଖେଇ ଫଳଟେ ଖାଅ ।

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ, ଦୂରଭାଷ : 9566876504