ମୁଁ ' ମେଘ ନାଦ
ପାଚେରୀ ନୁହେଁ
ତମକୁ ନିର୍ଭୟ ଦେବି
ଦ୍ୱିତୀୟ ଈଶ୍ୱର ନୁହେଁ
ତମକୁ ନୂଆ କରି
ଆଉ ଗଢି ଦେବି
ସ୍ୱପ୍ନ ଦେବି
ପ୍ରାଣ ଭରି ହସାଇବି ।

ଏବେ ସବୁଠି
ଆତଙ୍କିତ ମୁହୂର୍ତ୍ତ
ହା ହୋଲ୍ଲା ,
ଗୁଳି, ରକ୍ତପାତ
ଅବିଶ୍ୱାସ , ନିଆଁହୁଳା
ନାହାନ୍ତି ଦ୍ୱିତୀୟ ଈଶ୍ୱର
ଅବତାର
ବୁଦ୍ଧ , ଯୀଶୁ, ଆଲ୍ଲା
ନୂଆ ବାଣୀ ଶୁଣାଇବି
ଗୀତା, ବାଇବେଲ୍
ଅବା କୋରାନ୍ ଧରି
ବାରମ୍ବାର କହୁଥିବି
ଅମୃତର ସନ୍ତାନ
ମଣିଷ ହୁଅ ।।

ନିଷ୍ପେସିତ , ଅବହେଳିତ
ଖଟିଖିଆ , ସର୍ବହରା
ନିଜ ମୁଠାକୁ ଟାଣ କର
ଛଞ୍ଚାଣ ପରି ଜୁଝ
ନିଜକୁ ନିଲାମରୁ
ଦାସ୍ୱତର ଶୃଙ୍ଖଳରୁ
ମୁକ୍ତି ଦିଅ ।।

ଏବେ ଆଉ
ଭଗବାନ ସାଜିଥିବା
ପ୍ରବଞ୍ଚକମାନଙ୍କ
ମୁଖା ଖୋଲ
ରାଜ ରାସ୍ତାକୁ
ଟାଣି ଆଣ ମାଗ
ଜବାବ ତା'ର
କୈଫିୟତ ।।।

ମୁଁ ' ଦେଖୁଛି
ତମେ , ମାକ୍ସ , ସକ୍ରେଟିସ
ରେଜିଆ, ଆନ୍ନା
ବିପ୍ଳବର ଲେଲିହାନ ଶିଖା
ସ୍ୱାଧୀନତା ନାମେ
ପରାଧୀନର ରଜ୍ଜୁରେ
ବନ୍ଧା ଏଜୀବନର
ଆଉ ଏକ ସଂଗ୍ରାମ
ଲୋଡୁଛି ଏଠି ,
ସିଂହଦ୍ବାରୁ ଅଦୃଶ୍ୟର
ବନ୍ଦୀଗୃହେ ଅଷ୍ଟମ
ଆୟୂଷମାନ୍
ନବ ଜାତ ସନ୍ତାନର
ଶୁଭଲଗ୍ନ ସକାଳ
ଅପେକ୍ଷାରେ ମ୍ରିୟମାଣ
କେବଳ ଜାଗ୍ରତ ହୁଅ
ସମତାର, ମମତାର
ଭିନ୍ନ ଏକ ପୃଥିବୀ
ମୁକ୍ତିର
ସନ୍ଧାନେ...!!!


ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ତାରା ନିଳୟ, ପ୍ଳଟ ନଂ : ୮୫୪/ଏ, ଚାଚରା ସାହି, ମୁକୁନ୍ଦ ପ୍ରସାଦ
ଖୋର୍ଦ୍ଧା , (ଓଡିଶା)
 ଦୂରଭାଷ : ୯୦୪୦ ୧୫୧୪ ୭୫