ବଡ ଦିନ ବୋଲି ଚାରୋଟି ଅକ୍ଷର
ଶବଦ ତାତ୍ପର୍ଯ୍ୟ ପୂର୍ଣ୍ଣ
ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଦିନ ସେତ
ସଂସାରେ ଗୁରୁତ୍ୱପୂର୍ଣ୍ଣ l୧l
ପରମେଶ୍ୱର ସେ ବ୍ୟାପକ ବିସ୍ତୃତ
ନାହିଁ ତାଙ୍କ ଆଦିଅନ୍ତ
ସଂସାରେ ସେ ସର୍ବମୟ ସୃଷ୍ଟି କର୍ତ୍ତା
କେ ଦେବ ଜନ୍ମ ବୃତ୍ତlନ୍ତ ? I୨l
ଜନ୍ମକୁ ତାଙ୍କର ତାରିଖ ଭିତରେ
ସୀମିତ ରଖିବ କିଏ
ତ୍ରାଣକର୍ତ୍ତା ରୂପେ ଆସି ଏ ଜଗତେ
ମସିହ ମାନ୍ୟତା ଯିଏ l୩l
ସୃଷ୍ଟିକୁ ଆସି ସେ ଇତିହାସଟିକୁ
ଦେଲେ ଦୁଇ ଭାଗ କରି
ପଛରେ ରହିଲା ଖ୍ରୀଷ୍ଟ ପୂର୍ବ ତାଙ୍କ
ସମ୍ମୁଖେ ଖ୍ରୀଷ୍ଟାବ୍ଦ ଗିରି l୪l
ଚରଣରେ ତାଙ୍କ ସମର୍ପିତ ହେଲା
ସୃଷ୍ଟି ଶ୍ରେଷ୍ଠ ଇତିହାସ
ସମୟର ରେଖା କରି ପ୍ରଣିପାତ
ଗଢିଲା ନବ ବିଶ୍ଵାସ l୫l
ଜଗତ ବିଶ୍ବାସ କଲେ ସେ ଈଶ୍ୱର
ନ' କଲେ ମଧ୍ୟ ଈଶ୍ୱର
ପ୍ରତିପାଦିତ ସେ କରନ୍ତିନି କେବେ
ନିଜକୁ ସିଦ୍ଧ ଭାସ୍ଵର l୬l
ମସିହ ସଂଜ୍ଞାରେ ପ୍ରଜ୍ଞାପିତ ହୋଇ
ଆସିଲେ ବିନାଶି ଉଷା
ପୂର୍ଣ୍ଣାଙ୍ଗ, ଶାଶ୍ୱତ ସ୍ଵର୍ଗୀୟ ସମ୍ଭୁତ
ପ୍ରଜ୍ଞାରେ ପ୍ରଥିତଯଶl l୭l
ଖ୍ରୀଷ୍ଟ ଆଗମନେ ଶୀତଳ ଲହରୀ
ଚହଟଇ ଚତୁର୍ଦ୍ଦିଗେ
ମୃଦୁ ମୁହୂର୍ତ୍ତରେ ତାରା ଫୁଲ ଆସି
ଅମରତ୍ୱ ଭିକ୍ଷା ମାଗେ l୮l
ଈଶ୍ୱରଙ୍କୁ ଖୋଜେ ଆଜିର ସାମାଜ
ନାନାଦି ବସ୍ତୁ ଭିତରେ
ପରାଗ ରେଣୁର ଅନ୍ଧ ଆଢୁଆଳେ
ନୈରାଶ୍ୟ ଶବ୍ଦ ମlଳlରେ l୯l
ଅଛନ୍ତି ସେ ତୁମ ହୃଦ ସ୍ପନ୍ଦନରେ
ଭାବର ବର୍ଣ୍ଣମାଳାରେ
ସେତ ସ୍ବଂୟ ସ୍ରଷ୍ଟା ରହିଛନ୍ତି ହୃଦେ
ସତ୍ୟ ଜୀବନ୍ତ ଭାବରେ l୧୦l
0 Comments
You can write now your valuable comments here. Off-topic comments may be removed or deleted without prior notice.