
ମୁଁ ଅଟେ ଲେଖକ ଟିଏ,
ମନ କଥା ମୋର କବିତା କହୁଛି
କାଗଜ ଉପରେ ହାଏ.
ବୁଝିପାରେ ନାହିଁ କାହିଁକି ଦୁନିଆ
ମୋ ମନ ଗହନ କଥା,
ଅନ୍ତରେ ମୋହର କଷଣ ପାଉଛି
ଭୋଗୁଅଛି କେତେ ବ୍ୟଥା.
ମାଆଁତ ବୁଝୁନି ପୁଅର ଯଂନ୍ରଣା
ବିଷାଦର ଆଖି ଲୁହ,
ପ୍ରେମିକା ବିଚାରି ବୁଝିପାରେ ନାହିଁ
ପ୍ରେମିକର ଅନ୍ତ କୋହ.
କାହାକୁ କହିବା କପାଳର କଥା
କର କଚାଡିବା ସାର,
ଅଜଣା ଏଇଠି ଆପଣାର ସାଜେ
ଆପଣା ହୁଅନ୍ତି ପର.