କବିତା - ବିବେକ - ସରସ୍ଵତୀ ପଣ୍ଡା

0
ରେ ବିବେକ ଆଜି ମୁଁ ପଚାରୁଛି ତତେ
ଭେଦଭାବ କିସ ପାଇଁ,
ଉଦ୍ଭଟ ପୁରୁଷଙ୍କୁ ତୋର ଅଙ୍କୁସରେ
ଶାସନ କରୁନୁ କାଇଁ?
ନାଲି ପାଣି ପିଇ କୁ ଭାଷାଯେ କହି
ଗଳି କନ୍ଦି ବୁଲୁଥାନ୍ତି
ସୁନ୍ଦରୀ,କୁତ୍ସିତା,ଶିଶୁଓ ପତିତା
ସଭିଙ୍କୁ ଜଲିଲ କରନ୍ତି!!
ସେମାନଙ୍କ ଡରେ ନିର୍ଜନ ପଥରେ
ଯିବାପାଇଁ ଲାଗେ ଡର
ସେମାନଙ୍କ ପାଇଁ ତୋ ଅଦାଲତେ
ନାହିଁ କି କିଛି ବିଚାର?
ଦ୍ରୁତଗାମୀ ଘୋଡା ଲଗାମ ବଳରେ
ଦ୍ରୁତ ଧାବି ପାରେ ନାହିଁ
ସେପରି ତୋର ଚାବୁକ ଶାସନରେ
(ତାଙ୍କ)ରୁମ ବି ହଲିବ ନାହିଁ ।

ଶାସନ କୋହଳ କରିଅଛୁ ବୋଲି
ବ୍ୟଭିଚାର ଘଟୁ ଅଛି
ଅସତ୍ୟ ତିମିର ସତ୍ୟ ଆଲୋକକୁ
ଗରଭରେ ଲୁଚାଉଛି ।
ନରହି ମଉନ ଫେଡ଼ିଣ ନୟନ
ତ୍ରିନେତ୍ର ଅଗ୍ନିରେ ଜାଳ
କାମୁକତା ଓ ପାଶବିକତା ଯେ
ଚାଲି ଯାଉ ରସାତଳ।

ତୁମରି ପ୍ରଭାବ ବିସ୍ତରି ଚାଲହେ
ଅବହେଳା କରନାହିଁ,
କଲେ ଅବହେଳାଏସୁନ୍ଦର ସୃଷ୍ଟିରେ
ନାରୀତ ରହିବେ ନାହିଁ!!!
ନ ରହିଲେ ନାରୀ ଗୃହତ ଶ୍ମଶାନ
ଶୁଭିବ ଯେ ତ୍ରାହି ତ୍ରାହି
ନାରୀତ ମହାନ ନାରୀ ପୂଜନୀୟ
ଅସମ୍ମାନ କର ନାହିଁ ।
ତୁହିରେବିବେକହୋଇଲେ ସୁଦୃଢ଼
ନାରୀଯେ ଟେକିବେ ମଥା
ସୃଷ୍ଟିର ଆଧାର ପାଳନ କର୍ତ୍ତି ସେ
ପାଇବେନି ଆଉ ବ୍ୟଥା ।

ସରସ୍ବତୀ ପଣ୍ଡା, ମଙ୍ଗଳପୁର,
ଯାଜପୁର, କନିକପଡା-୭୫୫୦୧୧
ମୋ-୭୬୦୮୯୪୦୮୨୩

Post a Comment

0Comments
Post a Comment (0)