ଶରୀର ଭିତରେ ମନଟି ଆମର
ବଡ଼ ଅଜବରେ ଭାଇ
ବୁଝିତ ନୁହଁଇ କେବେ କେତେବେଳେ
କି ଭାବନା ଜନ୍ମେ ତହିଁ ୲୲

କାହା ପାଇଁ କେବେ ଉଙ୍କିମାରେ ମନେ
ସ୍ନେହ ମମତା ସରାଗ
ଆପେ ଆପେ ପୁଣି କେବେ କା' ପାଇଁ
ଆସିଯାଏ ଅନୁରାଗ ୲୲

ମନ ସବୁବେଳେ ଚାହେଁ ଶୁଣିବାକୁ
ସୁମିଷ୍ଟ ମଧୁର ଭାଷା
ପ୍ରେମ ଛୁଏଁ ଯହିଁ ଭାବନାକୁ ତା'ର
ଗଢ଼େ ସେ ବାଇଆ ବସା ୲୲

ସାଜେ ପୂଜାଫୁଲ ଭକ୍ତିରେ କା' ପାଇଁ
ହୃଦୟେ ଦେବତା ମଣି
କ୍ରୋଧେ କେବେ ପୁଣି ସରଗୁ କାହାକୁ
ନରକକୁ ଆଣେ ଟାଣି ୲୲

କିଛି କିଛି କଥା ସ୍ମୃତି କରି ପୁଣି
ନିତି ନିତି ଝୁରି ହୁଏ
କେବେ ପୁଣି କିଛି ସାଇତା ସ୍ମୃତିକୁ
ଆପେ ଆପେ ଭୁଲିଯାଏ ୲୲



ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର, କୋରାପୁଟ,   ଦୂରଭାଷ :