ତୁମ ରିକ୍ସା ପଛରେ ଗୋଡେଇନି କେବେ
ତୁମ ଘର ଆଗେ କାଟି ନାହିଁ କେବେ ଚକ୍କର,
ଦେଇ ନାହଁ କେବେ ପ୍ରେମର ସନ୍ଦେଶ
ଗୋଲାପୀ ଚିଠିରେ ବୋଳି କରି ଦାମୀ ଅତର ।।

ଭେଟ ହୋଇ ନାହିଁ ନିରୋଳାରେ କେବେ
ସମୁଦ୍ର କୂଳରେ, ଗହଳିଠୁ ଦୂର ପାର୍କରେ;
ଲୁଚି ଲୁଚି କେବେ ସିନେମା ଯାଇନେ,
ମଜ୍ଜା ଲୁଟି ନାହେଁ ବୁଲି ବୁଲି କେଉଁ ମେଳାରେ ।।

ତୁମ ବାପା କରି ନାହାନ୍ତି ତାଗିଦ୍
ତୁମ ଭାଇ ମୋତେ ଦେଇ ନାହିଁ କେବେ ଧମକ,
କେତେ ସହଜରେ ନିରବେ ନିରବେ
ଅଜାଣତେ ପ୍ରିୟା ସାଜିଗଲି ତୁମ ପ୍ରେମିକ ।।

ପ୍ରଥମ ଦେଖାରେ ମନ ଚୋରି କଲ
ନିଜକୁ ଭୁଲି ମୁଁ ହଜିଗଲି ତୁମ ଭିତରେ,
କାହିଁ କେତେ କାଳୁ ଖୋଜୁଛି ତୁମକୁ
ଚାଲି ଗଲ ପ୍ରିୟା ଦେଖା ଦେଇ ଥରେ ସ୍ୱପ୍ନରେ ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨