
ସହି ଅନା ଲୋ, ଅନା ଅନା ଅନା ଲୋ,
ଠେକାମାରି କିଏ ବସିଛି,
କନା ପିନ୍ଧି ଅଛି ଆଣ୍ଠୁ ଲୁଚୁନାଇଁ
ଭାଗବତ ପୋଥି ଧରିଛି । ।୦।
ବାଜୁଛି ଖଞ୍ଜଣି ବାଜୁଅଛି ଗିନି
ଭାଗବତ ପଦେ ଯୋଡ଼ି ବେନି ପାଣି
ହରିବୋଲ ହୁଳହୁଳି ଶବଦରେ
ମଠ ତ ଉଚ୍ଛୁଳି ଉଠୁଛି ।।୧।
ନୁହେଁ କେହି ଆଉ ବାବା କଇଁଫୁଲ
ଭକତ ଗହଣେ ତତ୍ତ୍ଵ ବଖାଣିଲ
ଝୁରେ ପୀଠାସନ ଶାଳ୍ମଳୀ ପ୍ରାଙ୍ଗଣ
ନେତ୍ରୁ ଭାବଧାରା ଝରୁଛି ।। ୨।
ମହାନଦୀ କୂଳ ଆଜି ବି ଚଞ୍ଚଳ
ସାଗର ମେଳାର ଭକତ ଗହଳ
ସେକଥା ସୁମରି ଦିଶେ ଜଳ ଜଳ
ସତେ ଜ୍ଞାନ ଅବା ଦେଉଛି ।।୩।
ଆସ ପୁଣି ଥରେ ନେଇ ଅବତାର
ଭାଗବତ ତତ୍ତ୍ଵ କରହେ ପ୍ରଚାର
ଅବୋଧ ଅଜ୍ଞାନ ହୁଏ ହୀନିମାନ
ହେ ପ୍ରଭୁ ଶରଣ ପଶୁଛି ।।୪।
ଘନଶ୍ୟାମ ସାହୁ
ସା : ବଇଣ୍ଡା, ପୋ:ଅ: କିଶୋର ଗଞ୍ଜ,
ଜିଲ୍ଲା --- ଅନୁଗୋଳ,୭୫୯୧୨୬,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭