କିଏ ଜାଣିଥିଲା,
ଭଲପାଇବାରେ ଏତେ ଯନ୍ତ୍ରଣା
ହୃଦୟକୁ ବିଦାରି ଦିଏ ବୋଲି
ଠୋପା ଟୋପା ଲୋତକ ବନ୍ୟାରେ,
ଆଖି ଆଜି ଦେଖୁଛି, ହୃଦୟତ ଋଷିଛି
ମନ କଣ ବୁଝୁଛି ?
ଏଇ ବିଦାୟୀ ବେଳାର ସାକ୍ଷାତରେ ।

ନୀରବ ଏ ସମୟ, ମନ ଖାଲି ଅଥୟ
ନେଡିରୁ କହୁଣି ଯାଏଁ
ଖାଲି ଟିକେ ପ୍ରତିଶୃତି !
ଯେଉଁଠି ଥାଅ ଭଲରେ ଥାଅ
ଖୁସି ରେ ଥାଅ,
ନିଶ୍ଚେ ଦେଖାହେବ
ସମୟର ଏକ ମୋଡରେ ।


ରଚନା : Rajesh Kumar Barik

ଠିକଣା : DEBENDRAPUR, Avana, Balesore,   ଦୂରଭାଷ :