କବିତା- କରିଅଛି ଆଶା - ଅନାମ ଚରଣ ସାହୁ

0

କରିଅଛି ଆଶା କରିଛି ଭରସା
ତୁମକୁ ନୂଆ ବରଷ
ତୁମେ ଚାଲିଆସ ସୁଖ ଶାନ୍ତି ନେଇ
ସର୍ବ ମୁଖେ ଖେଳୁ ହସ।

ବିଗତ ଦିନର ହସକାନ୍ଦ ଲୁହ
ସବୁତ ଏବେ ପୁରୁଣା
ପାଇବାର ସୁଖ ହରାଇବା ଦୁଃଖ
ଖାଲି ଗୋଟେ ବୁଝାମଣା
ଛଳନା କପଟ ମିଛ ଅବିଶ୍ବାସ
କରିଦିଅ ଥରେ ଶେଷ।

ସଂସାରରେ ଖେଳୁ ଆନନ୍ଦ ଉଲ୍ଲାସ
ତୁମରି କରୁଣା ଲଭି
ବିଶ୍ବ ଇତିହାସେ ଅମଳିନ ଥାଉ
ଭାଇଚାରା ପ୍ରତିଛବି
ସୁଖରେ ଦୁଃଖରେ ରହିବୁ ସାଥିରେ
ବଢାଇ ମୋ ଦେଶ ଯଶ।

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ


Post a Comment

0Comments
Post a Comment (0)