ହେ ମୋର ପ୍ରିୟତମା...
କଳଙ୍କ ନ ଲାଗି ବି କଳଙ୍କିତ ମୁଁ
ଲୁହ ନ ଥାଇ ବି ଲହୁ ଲୁହାଣ ମୁଁ
ଅଭାବରେ ଥାଇ ଅଭିଶପ୍ତ ମୁଁ
ଆଉ ଜୀବନ ଯୁଦ୍ଧରେ ହାରି ଥିବା
କଳଙ୍କିତ ମହାରଥୀ ମୁଁ !
ତୁମ ପ୍ରେମର ହତ୍ୟାକାରୀ ମୁଁ
ଛଡାଇ ନେଇଥିବା ଶାନ୍ତିର ସୈତାନ ମୁଁ
ବର୍ଷା ନ ଥାଇ ତୁମ ଆଖିର ବନ୍ୟା ମୁଁ
ଆଉ ତୁମ ସ୍ବପ୍ନକୁ ବାରମ୍ବାର
ବଳାତ୍କାର କରୁଥିବା ବେକାରୀ ମୁଁ !
ନା... ନା...
ଆଉ କଳଙ୍କିତ ହେବାକୁ ଚାହେଁନା,
ତୁମଠାରୁ ଦୁରେଇ ଯିବାକୁ
ମନ ମାନେନା,
ଅତୀତ ମାୟାବିନୀଙ୍କ କଥା କୁହ ନା,
ସେମାନେ ଏଵେ ମୋ ପାଇଁ ଅଜଣା...
ଆଉ ତୁମକୁ ପାଇବାକୁ ଏଵେ
ନିତି କରୁଛି ପ୍ରାର୍ଥନା...
0 Comments
You can write now your valuable comments here. Off-topic comments may be removed or deleted without prior notice.