
କାଳିଆରେ ଡାକିବୁ କି ପାଶେ ତୋର
ତୋର ମୁଖ ଚାହିଁ ନାମ ନେଉଥିବି
ଜୀବ ମୁରୁଛିବି ମୋର ॥୦॥
ଶରଧାବାଲିକୁ ମଥାରେ ମୁଁ ବୋଳି
ବଡ଼ଦାଣ୍ଡେ ଯିବି ଗଡ଼ି
ସିଂହଦୁଆରର ଅରୁଣ ସ୍ତମ୍ଭକୁ
ଛାତିରେ ଧରିବି ଭିଡ଼ି ॥୧॥
ବାଇଶି ପାହାଚ ଚଢ଼ିଯିବାକୁ ମୋ
ଦେହରେ ନହେଲେ ବଳ
ନାମ ତୋ ସୁମରି ପତିତପାବନ
ମନ କରିବି ନିର୍ମଳ ॥୨॥
ବାନା ଉଡ଼ାଇଛୁ ଦୁରିତ ନାଶନ
ତୁହି ପତିତଜନର
ପର କଲେ ମୋତେ ଜୀବନ ଝାସିବି
ପୁଣ୍ୟ ମହୋଦଧି ନୀର ॥୩॥
