କବିତା - ହେ ମୋ ଜଗତ ଠାକୁର - ସରସ୍ଵତୀ ପଣ୍ଡା

0

ସୁଖ ଦୁଃଖ ସବୁ ଅଟେ ତୁମ ଦାନ
ହେ ଜଗତ ଠାକୁର
ତୁମରି ଆଜ୍ଞାରେ ଆତ ଜାତ ସିନା
ଚନ୍ଦ୍ର ତାରା ଦିବାକର।

ମଳୟ ପବନ ବହୁଅଛି ସିନା
ତୁମରି ଆଜ୍ଞା ପାଇଁ
ଦିନରାତି ହୁଏ ତୁମରି ଆଜ୍ଞାରେ
ହେ ଜଗତ ସାଇଁ ।

ହାତ ଗଢା ତୁମ ଏ ମର୍ତ୍ତ୍ୟ ମଣ୍ଡଳେ
କ୍ଷୁଦ୍ର ନରଟିଏ ମୁହିଁ
କେମିତି ବୁଝିବି ଗୂଢ ତତ୍ତ୍ୱ ତୁମ
ବୁଦ୍ଧି ମୋର ପାଏ ନାହିଁ ।

ହାତ ଧରି ତୁମେ ପାରି କରି ଥାଅ
ଯେ ତୁମ ଆଶ୍ରା ଲୋଡ଼ଇ,
ନିରାଶ ନ କରି ନିଅ କୋଳ କରି
ଖୁସିରେ ତା ଦିନ ଯାଇ ।

ଭାବେ ବନ୍ଧା ତୁମେ ହେ ଭାବଗ୍ରାହୀ
କିଏ ତୁମ ପରି ହେବ
ତୁମ କୃପା ବିନା ଏ ମର୍ତ୍ତ୍ୟ ମଣ୍ଡଳେ
ଜୀବନ ନୁହେଁ ସମ୍ଭବ ।
ହେ କାଳିଆ ଠାକୁର
ଅପାର କରୁଣା ତୁମର----

ସରସ୍ବତୀ ପଣ୍ଡା, ମଙ୍ଗଳପୁର, ଯାଜପୁର, କନିକପଡା-୭୫୫୦୧୧
ମୋ-୭୬୦୮୯୪୦୮୨୪

Post a Comment

0Comments
Post a Comment (0)