ତୁମେ ମୋର ଇଷ୍ଟ ଆହେ ଜଗଦୀଶ
ତୁମେ ହିଁ ତ ଗତି ମୁକ୍ତି
ତୁମ ବିନା ଏହି ଜୀବନରେ ମୋର
ମିଳେ ନାହିଁ କାହିଁ ଶାନ୍ତି ୲୲

ତୁମରି ନାଆଁରେ ସକାଳ ଆରମ୍ଭ
ତୁମ ନାମେ ଦିନ ସରେ
ତଥାପି କାହିଁକି କାଳିଆ ସାଆନ୍ତ
ତୁମକୁ ମୋ ଆତ୍ମା ଝୁରେ ୲୲

ମାଗିନାହିଁ କେବେ କିଛି ହେଲେ ଦିନେ
ଲୋଡ଼ା ନାହିଁ ଧନ ମାନ
ତୁମରି କରୁଣା ସାଗରୁ ରେଣୁଟେ
ଲୋଡେ ଏହି କ୍ଷୁଦ୍ର ମନ ୲୲

ତୁମେ ଲୀଳାମୟ ଲୀଳା ଯେ ଅପାର
ସବୁ ଦେଇଛ ଜୀବନେ
ଅନ୍ତର୍ଯ୍ୟାମୀ ପ୍ରଭୁ ମୋ' ଅନ୍ତର କଥା
ବୁଝିପାରି ଅନୁକ୍ଷଣେ ୲୲

ଅନିତ୍ୟ ସଂସାରେ ତୁମେ ଏକା ସତ୍ୟ
ଏହି ମୋର ଅନୁଭବ
ତେଣୁ ମୁଁ ବିଚାରେ ନିଃସ୍ଵ ଏ ଜୀବନେ
ତୁମେ ଶ୍ରେଷ୍ଠ ବଇଭବ ୲୲

ମୁଁ ନୁହେଁ ମୋହର ସର୍ବାଙ୍ଗେ ତୁମର
ସମର୍ପିତ ଆତ୍ମାଟିଏ
ସମଗ୍ର ଚେତନା ତୁମ ଅନୁକମ୍ପା
ଜନ୍ମେ ଜନ୍ମେ ପାଉଥାଏ ୲୲






ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର , କୋରାପୁଟ ଦୂରଭାଷ :